ମାଡି ଆସୁଛି ବାତ୍ୟା ମୋନ୍ଥା ।କଟକ ଛତ୍ର ବଜାରରେ ପ୍ରବଳ ଭିଡ଼
ମାଡି ଆସୁଛି ବାତ୍ୟା ମୋନ୍ଥା ।ଯଦିଓ ସିଧାସଳଖ କଟକରେ ପଡିବ ନାହିଁ କିମ୍ବା ସେତିବେଶି କ୍ଷୟକ୍ଷତି କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇନାହିଁ, ତଥାପି ପରିବା ମାର୍କେଟରେ ପ୍ରବଳ ଭିଡ଼ ଲାଗିଛି । ଯିଏ ଯାହା ପାରୁଛି କିଣି ପକାଉଛି । ଅଧ କିଲ ସହ କିମ୍ବା ଏକ କିଲ ନୁହେଁ, ଏକାଥରକେ 5 ରୁ 10 କିଲୋ ଉଠାଉଛନ୍ତି । ବଡ଼ କଥା ହେଉଛି, ଲୋକଙ୍କ ଭିଡ଼ ଦେଖି ପରିବା ବ୍ୟବସାୟୀ ବି ମନ ଇଚ୍ଛା ଦର ବଢ଼ାଇ ଦେଉଛନ୍ତି । ଏଭଳି ସ୍ଥିତି କଟକ ଛତ୍ର ବଜାର ପରିବା ମଣ୍ଡିରେ ଦେଖିବାକୁ ମିଳିଛି ।ଗତ କାଲି ଆଳୁ 3 କିଲୋପ୍ରତି 50 ଟଙ୍କା ଦରରେ ବିକ୍ରି ହେଉଥିଲା । ମାତ୍ର ଆଜି ଏହା 70 ରୁ 80 ଟଙ୍କା ହୋଇଯାଇଛି । ସେହିପରି ବାଇଗଣ କିଲୋପ୍ରତି 80 ଟଙ୍କା ଦରରେ ବିକ୍ରି ହେଉଥିବା ବେଳେ ପୋଟଳ ଦର 80 ଟଙ୍କା, କଲରା କିଲ 80 ଟଙ୍କା, ଭେଣ୍ଡି 60 ରୁ 70, ବିନ୍ସ 70, ଝୁଡ଼ଙ୍ଗ 60, ବିଲାତି 50, ଜହ୍ନି 80, କାଙ୍କଡ଼ 100 ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି ।
