ମୁକ୍ତି ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ସ୍ମୃତିରେ ବକ୍ତୃତା ପ୍ରତିଯୋଗିତା
ଜଗତସିଂହପୁର,ତା=୩/୮/୨୫ଜଗତସିଂହପୁ ର ମାଟିର ଗର୍ବ ଓ ଗୌରବ ଏବଂ ମହାନ୍ ସ୍ଵାଧୀନତା ସଂଗ୍ରାମୀ ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀଙ୍କ ୬୭ତମ ତିରୋଧାନ ଦିବସ ସ୍ମୃତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ଭାରତର ସ୍ଵାଧୀନତା ସଂଗ୍ରାମ ଓ ପଣ୍ଡିତ ପ୍ରାଣକୃଷ୍ଣପଢିହାରୀ” ଶୀର୍ଷକ ବକ୍ତୃତା ପ୍ରତିଯୋଗିତା ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀ ସ୍ମୃତି ପରିଷଦ ପକ୍ଷରୁ ସ୍ଥାନୀୟ ବାଳିକା ଉଚ୍ଚବିଦ୍ୟାଳୟପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତି ଯୋଗିତାରେ ସଦରମହକୁମାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେଅଂଶଗ୍ରହଣ କରିଥିଲା । ବିଚାରକ ଭାବେ ଏସଭିଏମ୍ କଲେଜ୍ ର ଅଧ୍ୟାପକ ଡଃ. ଶରତଚନ୍ଦ୍ର ମହାରଣା,ଅଧ୍ୟାପକ ସୁବାଷ ଚନ୍ଦ୍ର ଭୋଇ , ବିଜୁପଟ୍ଟନାୟକ ଡିଗ୍ରୀ କଲେଜର ଅଧ୍ୟାପକ ବିପିନ ବିହାରୀ ପାତ୍ର ଯୋଗଦେଇ କୃତି ପ୍ରତିଯୋଗୀ ଚୟନ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ସ୍ଵର୍ଗତ ପଢିହାରୀ ମହାତ୍ମାଗାନ୍ଧୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେସାମିଲ ହୋଇ ଯାଜପୁରକୁ ବଦଳି ପ୍ରତିବାଦରେ ସରକାରୀ ଚାକିରିରୁ ଇସ୍ତଫାଦେଇ କଂଗ୍ରେସରେ ଯୋଗଦେଇଥିଲେ । ଏହି ସମୟରେ ନିଜ ପତ୍ନୀ ଗୁଣମଣୀ ଦେବୀ ନିଜ ବାପଘରୁ ଯୌତୁକ ଆଣିଥୁବା ଚାରି ଭରିର ସୁନାହାର ସ୍ଵାଧୀନତା ପାଣ୍ଠିକୁଦାନ କରିଥିଲେ । ଖାଲି ସେତିକି ନୁହେଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନରେ ସାମିଲ ହୋଇ ସେ ସର୍ବମୋଟ ୯ଥର କାରାବରଣ କରିଥିଲେ । ସ୍ଵର୍ଗତ ପଢିହାରୀ ଆମ ଗହଣରେ ନାହାନ୍ତି ସତ ମାତ୍ର କଟକର ପଢିହାରୀ ପାଠାଗାର ,ଜୟବଡ ଜଗନ୍ନାଥ ମନ୍ଦିର ଏବଂ ଜୟବଡ ପ୍ରାଥମିକ ବିଦ୍ୟାଳୟ, ଜଗତସିଂହପୁର ର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଓ ସର୍ବୋପରି ଜିଲାବାସୀ ତାଙ୍କର ସ୍ମୃତିକୁ ଏବେବି ସାଇତି ରଖିଛନ୍ତି । ତେଣୁ ଏହି ଅନନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କ ୬୭ତମ ଶ୍ରାଦ୍ଧଉତ୍ସବ ଆସନ୍ତା୮ତାରିଖରେ ମହାସମାରୋହରେ ପାଳନ କରାଯିବ ବୋଲି ପଣ୍ଡିତ ପ୍ରାଣକୃଷ୍ଣ ପଢିହାରୀ ସ୍ମୃତି ପରିଷଦ ପକ୍ଷରୁ ନିଷ୍ପତି ନିଆଯାଇଛି । ଏହି ଅବସରରେ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଥିବା ପ୍ରତିଯୋଗିଙ୍କୁ ପୁରସ୍କାର ଓ ପ୍ରମାଣପତ୍ରପ୍ରଦାନ କରାଯିବ । ଏଥି ସହିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନକରାଯିବ । ଆଜିର ଏହି ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ସ୍ମୃତି ପରିଷଦ ପକ୍ଷରୁ ପରିଷଦର ସଭାପତି ସ୍ତମ୍ଭକାର ହିମାଂଶୁଶେଖର ଆଚାର୍ଯ୍ୟ,ସଂପାଦକ ଶୁଭକାନ୍ତ ପଢିହାରୀ ଓ ଅଳକା ଆଶ୍ରମର କର୍ମକର୍ତା ଶିକ୍ଷକ ଅମୁଲ୍ୟ କୁମାର ମିଶ୍ର, ଅଧ୍ୟାପକଭଗବାନ ଦାଶ, ଶିକ୍ଷାବିତ ବିଜୟ କୁମାର ରଥ,ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ଦୁର୍ଯ୍ୟୋଧନ ମହାରଣା, ବାଳିକା ବିଦ୍ୟାଳୟରଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସ୍ମୃତି ପରିଷଦର ସମ୍ପାଦକ ତଥା ସଂଗ୍ରାମୀଙ୍କ ଉତରଦାୟାଦ ସାମ୍ବାଦିକ ଶୁଭକାନ୍ତ ପଢିହାରୀ ଧନ୍ୟବାଦ ଦେଇଥିଲେ ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
