ରେଭେନ୍ଶାରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ରେଭେନ୍ସାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏହାପରେ ରେଭେନ୍ସାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ନାଁ ପରିବର୍ତ୍ତନକୁ ବିରରୋଧ କରି ହଙ୍ଗାମା ହୋଇଥିବା ନେଇ ସୂଚନା ମିଳିଛି । ଗତ ଦିନରେ ସ୍ୱାୟତ୍ତ ଶାସନ ଦିବସରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ଶା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନେଇ ଦେଇଥିବା ମନ୍ତବ୍ୟକୁ ନେଇ ବିଭିନ୍ନ ଛାତ୍ର ଗୋଷ୍ଠୀ ବିରୋଧ ପ୍ରଦର୍ଶନ କରୁଥିବା ବେଳେ, ଆଜି ସନ୍ଧ୍ୟାରେ କେତେକ ଛାତ୍ର ଗୋଷ୍ଠୀ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ରେଭେନ୍ଶା ନାମ ପରିବର୍ତ୍ତନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ନ କରିବା ଦାବିରେ ଶୋଭାଯାତ୍ରା ହୋଇଥିବା ସୂଚନା ମିଳିଛି ।ତେବେ ସବୁକିଛି ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ କେତେକ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ମନ୍ତବ୍ୟ ସମ୍ପୂର୍ଣ୍ଣ ଭାବେ ନିଜସ୍ୱ ଓ ଏହା ଦଳର ଆଭିମୁଖ୍ୟ ନୁହେଁ।

You might also like