ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର,‘ରେଳ ନୀର’ ପାଣି ବୋତଲର କମିଲା ମୂଲ୍ୟ
ଭାରତୀୟ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛି । ଏଣିକି ରେଲୱେ ଷ୍ଟେସନରେ ମିଳୁଥିବା ‘ରେଳ ନୀର’ର ଗୋଟିଏ ଲିଟର ପାଣି ୧୫ ଟଙ୍କା ବଦଳରେ କେବଳ ୧୪ ଟଙ୍କାରେ ମିଳିବ । ରେଲୱେର ଏହି ନିଷ୍ପତ୍ତି ଦ୍ୱାରା ଯାତ୍ରୀମାନେ ଉପକୃତ ହେବେ ।ଏହା ଆସନ୍ତା ୨୨ ତାରିଖରୁ ଲାଗୁ ହେବ ।ସେହିପରି ୫୦୦ ମିଲି ପାଣି ୯ ଟଙ୍କାରେ ମିଳିବ । ପୂର୍ବରୁ ରେଲ ନୀର ୧ ଲିଟର ବୋତଲ ୧୫ ଟଙ୍କା ଏବଂ ଅଧାଲିଟର ପାଣି ୧୦ ଟଙ୍କାରେ ବିକ୍ରି କରୁଥିଲା ।
ରେଲୱେ ବୋର୍ଡ ଆହୁରି ମଧ୍ୟ କହିଛି କି, ରେଳ ଷ୍ଟେସନ ଏବଂ ଟ୍ରେନରେ ବିକ୍ରି ହେଉଥିବା ଆଇଆରସିଟିସି/ରେଲୱେ ଦ୍ବାରା ଚୟନିତ ଅନ୍ୟ ବ୍ରାଣ୍ଡର ପ୍ୟାକେଜ୍ଡ ପାଣି ବୋତଲର ୧ ଲିଟର ଦାମ ବୋତଲ ଏବଂ ଅଧା ଲିଟର ବୋତଲ ଦାମ୍ ମଧ୍ୟ କମ୍ ହେବ ।ରେଳ ନୀର ଭାରତୀୟ ରେଲୱେର ଏକ ବ୍ରାଣ୍ଡ, ଯାହା ଯାତ୍ରୀଙ୍କୁ ଷ୍ଟେସନ ଓ ଟ୍ରେନରେ ସ୍ୱଚ୍ଛ ଓ ସୁରକ୍ଷିତ ପାଣି ଉପଲବ୍ଧ କରାଏ । ଏହାକୁ ଭାରତୀୟ ରେଲୱେ ଖାଦ୍ୟପାନ୍ୟ ଏବଂ ପର୍ଯ୍ୟଟନ ନିଗମ (IRCTC) ଦ୍ୱାରା ପରିଚାଳନା କରାଯାଉଛି । ରେଳରେ ଖରାପ ପିଇବା ପାଣି ମିଳୁଥିବା ଅଭିଯୋଗ ବଢିବା ପରେ ରେଳ ନୀରକୁ ୨୦୦୩ ମସିହାରେ ଆରମ୍ଭ କରାଯାଇଥିଲା ।
