ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା
ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆଗୁଆ ମିଳିବ ଦରମା । ଚଳିତ ସେପ୍ଟେମ୍ବର ମାସର ଦରମା ୨୬ ତାରିଖରେ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ଦୁର୍ଗାପୂଜା ପାଇଁ ଆସନ୍ତା ୨୭ ତାରିଖରୁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସର ଦରମା ୨୬ ତାରିଖ ସୁଦ୍ଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
