ସଲମାନଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଗିରଫ

ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି।ନିକଟରେ ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମକୁ ଫୋନ କରି ସଲମାନ ଖାନଙ୍କୁ ହତ୍ୟା କରିବାକୁ କହିଥିଲେ। ଯାହାକୁ ବର୍ତ୍ତମାନ ପୋଲିସ ଗିରଫ କରିଛି।

ସୂଚନାନୁସାରେ, ଧମକ ଦେଉଥିବା ବ୍ୟକ୍ତି ଜଣକ ନାବାଳକ। ବର୍ତ୍ତମାନ ତାଙ୍କୁ ପଚରାଉଚରା କରାଯାଉଛି।ସୂଚନାଯୋଗ୍ୟ, ଉକ୍ତ ନାବାଳକ ପୋଲିସ କଣ୍ଟ୍ରୋଲ ରୁମକୁ ସଲମାନ ଖାଁଙ୍କ ପାଇଁ ଫୋନ କରିଥିଲେ। ଯେଉଁଥିରେ ସେ କହିଥିଲେ କି ସେ ସଲମାନ ଖାଁଙ୍କୁ ଆସନ୍ତା ୩୦ ତାରିଖରେ ହତ୍ୟା କରିବେ। ଏହି ସମୟରେ କଲ କରି ସେ ତାଙ୍କର ନାମ ରକି ଭାଇ ବୋଲି କହିଥିଲେ। ଏହାସହ ସେ କହିଥିଲେ ଯେ ସେ ହେଉଛନ୍ତି ଯୋଧପୁର ବାସିନ୍ଦା ଓ ଜଣେ ଗୋରକ୍ଷକ।

You might also like