ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ଚିକେନ ଚଟପଟି
ଆବଶ୍ୟକ ସାମଗ୍ରୀ-ଚିକେନ – ୬୦୦ ଗ୍ରାମ,ଘିଅ – ୧କପ,ଅଦା ରସୁଣ ବଟା – ୨ଚାମଚ,କଟା ଅଦା – ଅଳ୍ପ,କଞ୍ଚା ଲଙ୍କା – ୨ଟି,ଲଙ୍କା ଗୁଣ୍ଡ – ୧ଚାମଚ,ହଳଦୀ ଗୁଣ୍ଡ – ଅଳ୍ପ,କସ୍ତୁରୀ ମେଥି – ଅଳ୍ପ,କଟା ପିଆଜ – ୩ଟି,ଆଲମଣ୍ଡ – ୫୦ ଗ୍ରାମ,ଦହି – ୧କପ,ଗୋଟା ଧନିଆ,ଗୋଲମରିଚ – ଅଳ୍ପ,ଲବଙ୍ଗ – ଅଳ୍ପ,ଜିରା – ଅଳ୍ପ,ଶୁଖିଲା ଲଙ୍କା – ୩ଟି,ଲୁଣ – ଆବଶ୍ୟକ ପରିମାଣରେ|
ଘିଅ ଗରମ ହେବା ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି ଗରମ ଘିଅରେ ଚିକେନକୁ ପକାଇ ଭାଜନ୍ତୁ। ଚିକେନ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଗୁଣ୍ଡ କରି ରଖିଥିବା ମସଲାକୁ ପକାଇ କଷନ୍ତୁ।
କଷି ହେବା ପରେ ଭାଜି ରଖିଥିବା ପିଆଜ, ଲୁଣ, ଦହି, ପକାଇ, ୧କପ ପାଣି ଦେଇ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ଚଟପଟି । ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।
