ସାରା ତେନ୍ଦୁଲକର-ଶୁଭମନଙ୍କ ଡେଟିଂକୁ କନଫର୍ମ କଲେ ସାରା
କରଣ ଜୋହରଙ୍କ ଲୋକପ୍ରିୟ ଟକ୍ ସୋ କଫି ୱିଥ୍ କରଣ ସିଜନ୍ ୮ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶୋ’ର ଦୁଇଟି ଏପିସୋଡ୍ ଷ୍ଟ୍ରିମ୍ ହୋଇସାରିଛି ।ପ୍ରଶଂସକମାନେ ଏହାର ତୃତୀୟ ଏପିସୋଡକୁ ଅପେକ୍ଷା କରିଛନ୍ତି, ଯାହାର ପ୍ରୋମୋ ମଧ୍ୟ ପ୍ରକାଶ ପାଇଛି। କରଣଙ୍କ ଶୋ’ର ପରବର୍ତ୍ତୀ ଅତିଥି ବଲିଉଡର ଦୁଇ ସୁନ୍ଦରୀ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେ ରହିବେ।ଉଭୟ ଶୋ’ରେ ଅନେକ କଥା ରିଭିଲ୍ କରିବେ। ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସାରା ଶୁଭମାନ ଗିଲଙ୍କ ସହ ଡେଟିଂ ଉପରୁ ପରଦା ଉଠାଉଛନ୍ତି।
କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଶୋ’ର ପ୍ରୋମୋ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସାରା ଅଲି ଖାନ ଏବଂ ଅନନ୍ୟା ପାଣ୍ଡେଙ୍କ ସହ କଥାବାର୍ତ୍ତା ହୋଇଥିବା ନଜର ଆସିଛନ୍ତି। ସେହି ସମାନ ଭିଡିଓରେ କରଣ ସାରାଙ୍କୁ ପଚାରିଥିବାର ଦେଖାଯାଉଛି ଯେ, ତୁମ ଏବଂ ଶୁବମାନ ଗିଲ ଡେଟିଂ ବିଷୟରେ ଅନେକ ଗୁଜବ ଥିଲା।
ଏଥିରେ ଅଭିନେତ୍ରୀ କୁହନ୍ତି – ସାରା କା ସାରା ଦୁନିଆ ଭୁଲ୍ ସାରାଙ୍କ ପଛରେ ପଡିଛନ୍ତି।କହିବାକୁ ଗଲେ କିଛି ଦିନ ପୂର୍ବରୁ ଭାରତୀୟ କ୍ରିକେଟର ଶୁଭମନ ଗିଲ ଏବଂ ସାରା ଅଲି ଖାନଙ୍କ ଡେଟିଂ ବିଷୟରେ ଗୁଜବ ଥିଲା। ଯାହା ପରେ ଶୁଭମନଙ୍କ ନାମ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ ଜଡିତ ଥିଲା। ସେବେଠାରୁ ସାରା ତେନ୍ଦୁଲକର ଲୁଚିଛପି ଶୁଭମନଙ୍କ ସହ ଅନେକ ଥର ନଜର ଆସିଥିଲେ। ନିକଟରେ ସାରାଙ୍କୁ ଆଇସିସି ମ୍ୟାଚରେ ଶୁଭମନଙ୍କୁ ଚିଅର କରୁଥିବା ଦେଖିବାକୁ ମିଳିଥିଲା।
