ସିଦ୍ଧଳ ଠାରେ ଶ୍ରୀ ବଳଦେବଜୀଉ ମନ୍ଦିର ଉନ୍ନତିକରଣ ନିମନ୍ତେ ବୈଠକ*

*ଜଗତସିଂହପୁର, ତା ୨୮.୧୧.୨୪ରିଖ: ଆଜି ପୂର୍ବାହ୍ନ ରେ ସିଦ୍ଧଳ ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପରିସର ରେ ମନ୍ଦିର ର ଉନ୍ନତୀକରଣ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କହିଲେ ଯେ, ଭଗବାନ ସମସ୍ତ ଶ୍ରଦ୍ଧାଳୁ ଙ୍କର। ତେଣୁ ପରସ୍ପର ମତଭେଦ କୁ ଦୂରରେ ରଖି ମନ୍ଦିର ର ସୁପରିଚାଳନା ଏବଂ ଉତ୍ତରୋତ୍ତର ଉନ୍ନତି ପାଇଁ କାର୍ଯ୍ୟ କରିବା ସମସ୍ତଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ । ମନ୍ଦିର ର ବ୍ୟୟ ଅଟକଳ, ରଙ୍ଗ କରିବା, ଶ୍ରୀ ଜିଉ ଙ୍କ ନିତିକାନ୍ତି, ଉନ୍ନତିମୂଳକ କାର୍ଯ୍ୟ ଆଦି ବିଷୟ ରେ ବୈଠକ ରେ ଆଲୋଚନା କରଯାଇଥିଲା। ସମସ୍ତଙ୍କ ସହଯୋଗ ରେ କାର୍ଯ୍ୟ ହୋଇପାରିବ ବୋଲି ଶ୍ରୀ ତାରାଇ ମତ ପ୍ରକାଶ କରିଥିଲେ। ପ୍ରକାଶ ଥାଉକି, ମାନ୍ୟବର ସୁପ୍ରିମ କୋର୍ଟ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ବଳଦେବଜୀଉ ଙ୍କ ମନ୍ଦିର ଦେବୋତ୍ତର ବିଭାଗ ଙ୍କ ତତ୍ତ୍ଵାବଧାନରେ ରହିଅଛି। ଏହି ଆଦେଶ ଅନୁଯାୟୀ ଉପ ଜିଲ୍ଲାପାଳ,ଜଗତସିଂହପୁର ମନ୍ଦିର ପରିଚାଳନା କମିଟି ର ଟ୍ରଷ୍ଟି ଭାବ କାର୍ଯ୍ୟରତ । ଏହି ବୈଠକ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି, ଆଇ ଆଇ ସି , ଜଗତସିଂହପୁର, ଙ୍କ ପ୍ରତିନିଧି, ମନ୍ଦିର ସମ୍ପାଦକ ଜ୍ୟୋତି ରଞ୍ଜନ ପରିଡା,ସଭ୍ୟଲକ୍ଷ୍ମୀ ନାରାୟଣ ସାମନ୍ତରାୟ ,ସୁର ପ୍ରସାଦ ନାୟକ, ସାରଦା ଚରଣ ବେହେରା ,ନାରାୟଣ ଦାସ ,ସେବାୟତ ଅରୁଣ କୁମାର ପଣ୍ଡା ,ବୃନ୍ଦାବନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ମନ୍ଦିର ବିଷୟ ରେ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ

You might also like