୧୯ କିଲୋ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ
ଆଜିଠାରୁ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଲୋ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୪.୫ ରୁ ୬.୫ ଟଙ୍କା ହ୍ରାସ କରିଛନ୍ତି । ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ବାଣିଜ୍ୟିକ ରନ୍ଧନ ଗ୍ୟାସର ମୂଲ୍ୟ ୧ ,୫୯୦ .୫୦ ଟଙ୍କା ହୋଇଛି।ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଘରୋଇ ସିଲିଣ୍ଡର ଦାମ୍ ଦିଲ୍ଲୀରେ ୮୫୩ ଟଙ୍କା, କୋଲକତାରେ ୮୭୯ ଟଙ୍କା, ମୁମ୍ବାଇ ୮୫୨.୫୦ ଟଙ୍କା ଏବଂ ଚେନ୍ନାଇ ୮୬୮.୫୦ ଟଙ୍କା ରହିଛି ।
