୧ ନଭେମ୍ବର ରୁ GST ପାଇଁ ଏକ ନୂତନ ଏବଂ ସରଳୀକୃତ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହେବ

ଜିଏସଟି (GST Reform) ହାରକୁ ସରଳ କରିବା ପରେ ଏବେ ସରକାର ଜିଏସଟି ପଂଜୀକରଣ ପ୍ରକ୍ରିୟାକୁ ସରଳ କରିବାକୁ ଯାଉଛନ୍ତି। ନଭେମ୍ବର ୧ରୁ ମାତ୍ର ତିନିଦିନରେ ଜିଏସଟି ପଂଜୀକରଣର ମଂଜୁରୀ ମିଳିପାରିବ । ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଏହି ନୂତନ ପ୍ରକ୍ରିୟା ପ୍ରାୟ ୯୬ ପ୍ରତିଶତ ନୂତନ ଆବେଦନକାରୀଙ୍କୁ ସିଧାସଳଖ ଲାଭ ଦେବ। ନୂତନ ବ୍ୟବସ୍ଥା ଅନୁଯାୟୀ, ଦୁଇଟି ବର୍ଗର ଆବେଦନକାରୀ ସ୍ୱୟଂଚାଳିତ ଭାବରେ ପଞ୍ଜୀକୃତ ହେବେ: ତଥ୍ୟ ଏବଂ ବିପଦ ବିଶ୍ଳେଷଣ ଉପରେ ଆଧାର କରି ସିଷ୍ଟମ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି ଏବଂ ଯେଉଁମାନଙ୍କର କର ଦାୟିତ୍ୱ (ଆଉଟପୁଟ୍ କର) ପ୍ରତି ମାସରେ ୨.୫ ଲକ୍ଷରୁ କମ୍ ହେବ।