ବିଜେପିରେ ଯୋଗଦେବା ପରେ ନବୀନଙ୍କ ଆଶୀର୍ବାଦ କଥା କାହିଁକି ଲେଖିଲେ

ଚର୍ଚ୍ଚାରେ ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟ ।ଏକ ଅଦ୍ଭୁତ ପୋଷ୍ଟ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଅନୁଭବ । ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର ଫେସବୁକରେ ଏକ ପୋଷ୍ଟ କରି ନବୀନଙ୍କ ଆର୍ଶୀବାଦ ଲୋଡିଛନ୍ତି ଅନୁଭବ।ନିଜ ସୋସିଆଲ ମିଡିଆ ପୋଷ୍ଟରେ ଅନୁଭବ ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ସେ କହିଛନ୍ତି, ସବୁବେଳେ ନିଜ ପ୍ରତିଶ୍ରୁତି ଅନୁଯାୟୀ ଜାଗ୍ରତ ହେବାକୁ ମୁଁ ଚେଷ୍ଟା କରିଛି। ନିର୍ବାଚନୀ ପ୍ରଚାର ତାଲିକାରେ ମୋତେ ସ୍ଥାନ ଦେଇଥିବାରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା, ଜେପି ନଡ୍ଡା , ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲ ବାବୁଙ୍କ ସମେତ ଭାଜପାର ସମସ୍ତ ମାନ୍ୟଗଣ୍ୟ ନେତୃବୃନ୍ଦ ତଥା ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛି।ବିଜେପିରେ ଯୋଗଦେବା ପରେ ନବୀନଙ୍କ ଆଶୀର୍ବାଦ କଥା କାହିଁକି ଲେଖିଲେ ଅନୁଭବ, ଏହାକୁ ନେଇ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି ।