ଅଂଶୁଘାତଠୁ ଦୂରେଇ ରହିବା ନିମନ୍ତେ ସମସ୍ତଙ୍କୁ ଜାଣିବା ଆବଶ୍ୟକ |

ଘରୁ ବାହାରିବା ଆଗରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଏକ ବୋତଲରେ ପାଣି ନିଅନ୍ତୁ| ଘରୁ ପଦାକୁ ଯିବା ଆଗରୁ ମୁଣ୍ଡରେ ଓଦା ଗାମୁଛା/କପଡା ପକାନ୍ତୁ

ଛତା, ଜୋତା ଓ କଳା ଚଷମା (Sun glass) ବ୍ୟବହାର କରନ୍ତୁ | ପଇଡପାଣି, ଲେମ୍ବୁ ପାଣି, ଦହି ସରବତ, ତୋରାଣି ଯଥେଷ୍ଟ ପରିମାଣରେ ପିଅନ୍ତୁ

ହାଲିଆ ଲାଗିଲେ ଛାଇ ଯାଗା କିମ୍ବା ଫ୍ୟାନ (ପଙ୍ଖା) ତଳେ ବସନ୍ତୁ କିମ୍ବା ଅଳ୍ପ ସମୟ ବିଶ୍ରାମ କରନ୍ତୁ |ନିର୍ଜଳିକରଣ (Dehydration) ଅନୁଭୂତ ହେଲେ ଇଲେକ୍‌ଟ୍ରୋଲାଇଟ/ଓ.ଆର.ଏସ. ଦ୍ରବଣ ପିଅନ୍ତୁ

ଟାଣ ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ |ଛୋଟ ପିଲାମାନଙ୍କୁ ଖରାବେଳେ ବାହାରକୁ ଖେଳିବା ପାଇଁ ଛାଡନ୍ତୁ ନାହିଁ |ଅଂଶୁଘାତ ହୋଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା କରାନ୍ତୁ, ତାଙ୍କ ଦେହରେ ବରଫ ଘଷନ୍ତୁ ନାହିଁ