ଅକ୍ଟୋବରରେ ୨୦ ଦିନ ବ୍ୟାଙ୍କ ବନ୍ଦ ରହିବ

ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳୀ ଓ ଛଟ ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପାଖାପାଖି 20 ଦିନ ବ୍ୟାଙ୍କ ବନ୍ଦ ରହିବ । ଏଥିରେ 4ଟି ରବିବାର ଓ ଦ୍ବିତୀୟ ଓ ଚତୁର୍ଥ ଶନିବାର ସାମିଲ ଅଛି । ତେବେ ଅକ୍ଟୋବର ମାସରେ ଓଡିଶାରେ 10 ଦିନ ବ୍ୟାଙ୍କ ବନ୍ଦ ରହିବ । ଏହା ସତ୍ତ୍ବେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା କାର୍ଯ୍ୟ ଜାରି ରଖିବ । ବ୍ୟାଙ୍କର ସମସ୍ତ ସୁବିଧା ଅନଲାଇନ ମାଧ୍ୟମରେ ଉପଲବ୍ଧ ହେବ । ଏହାଦ୍ବାରା ଆପଣମାନେ ଘରେ ବସି ବ୍ୟାଙ୍କ ସହିତ ଜଡିତ କୌଣସି ବି କାମ ସହଜରେ କରିପାରିବେ ।

1 ଅକ୍ଟୋବର ବୁଧବାର ଦୁର୍ଗାପୂଜା
2 ଅକ୍ଟୋବର ଗୁରବାର ଗାନ୍ଧୀ ଜୟନ୍ତୀ/ ଦୁର୍ଗାପୂଜା
5 ଅକ୍ଟୋବର ରବିବାର ସାପ୍ତାହିକ ଛୁଟି
7 ଅକ୍ଟୋବର ମଙ୍ଗଳବାର ଗଜଲକ୍ଷ୍ମୀ ପୂଜା
11 ଅକ୍ଟୋବର ଶନିବାର ମାସର ଦ୍ବିତୀୟ ଶନିବାର
12 ଅକ୍ଟୋବର ରବିବାର ସାପ୍ତାହିକ ଛୁଟି
19 ଅକ୍ଟୋବର ରବିବାର ସାପ୍ତାହିକ ଛୁଟି
21 ଅକ୍ଟୋବର ମଙ୍ଗଳବାର ଦୀପାବଳୀ
25 ଅକ୍ଟୋବର ଶନିବାର ମାସର ଚତୁର୍ଥ ଶନିବାର
26 ଅକ୍ଟୋବର ରବିବାର ସାପ୍ତାହିକ ଛୁଟି