ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ

ଅକ୍ଟୋବର ୧୫ ସୁଦ୍ଧା ରାଜ୍ୟର ସମସ୍ତ ସରକାରୀ ପୁରୁଣା ଯାନବାହାନ ସ୍କ୍ରାପ କରିବାକୁ ନିର୍ଦ୍ଦେଶ ହୋଇଛି । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ  ନିର୍ଦ୍ଦେଶନାମା ଜାରି କରାଯାଇଛି । ସବୁ  ବିଭାଗର ସଚିବଙ୍କ ସମେତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଏନେଇ ଚିଠି ହୋଇଛି ।  ଚିଠିରେ ଉଲ୍ଲେଖ ହୋଇଛି ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମୋଟ ୪ ହଜାର ସରକାରୀ ଯାନବାହାନ ସ୍କ୍ରାପ ହୋଇସାରିଛି । ଏଥିପାଇଁ କେନ୍ଦ୍ର ଅର୍ଥମନ୍ତ୍ରାଳୟ ପକ୍ଷରୁ ସ୍ୱତନ୍ତ୍ର ସହାୟତା ବାବଦକୁ ରାଜ୍ୟକୁ ମିଳିଛି ୩ ଶହ କୋଟି ଟଙ୍କା । ତଥାପି ବାହାନ ଡାଟା ବେସ ଅନୁଯାୟୀ ୧୫ ବର୍ଷରୁ ଅଧିକ ଆହୁରି ୫ ହଜାର ସରକାରୀ ଗାଡି ସ୍କ୍ରାପ ହୋଇନାହିଁ । ୨୦୨୫- ୨୬ ଆର୍ଥିକ ବର୍ଷରେ କେନ୍ଦ୍ର ପକ୍ଷରୁ ସ୍କ୍ରାପ ପାଇଁ ସ୍ୱତନ୍ତ୍ର ସହାୟତା ଘୋଷଣା ହୋଇଛି । ସର୍ବାଧିକ ୫ ଶହ ଗାଡି ସ୍କ୍ରାପ ହୋଇଥିଲେ ପ୍ରତିଗାଡି ପିଛା ଏନସେନଟିଭ ୫୦ ହଜାର ୫ ଶହ ୨ରୁ ଏକ ହଜାର ଗାଡି ସ୍କ୍ରାପ ହୋଇଥିଲେ ପ୍ରତି ଗାଡି ପିଛା ୬୦ ହଜାର ଟହ୍‌କା ଏବଂ ୪ ହଜାରରୁ  ୬ ହଜାର ଗାଡି ସ୍କ୍ରାପ କରାଗଲେ ପ୍ରତି ଗାଡି ପିଛା ମିଳିବ ୧ ଲକ୍ଷ ୨୦ ହଜାର ଟଙ୍କା ।