ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ
୩ଟି ବ୍ଲକର ୫୬ଟି ସ୍କୁଲକୁ କାରଣ ଦର୍ଶାଅ ନୋଟିସ ।ଅଗଷ୍ଟ -୧୫ରେ ପିଲାଙ୍କୁ ମିଡ ଡେ ମିଲ ଦେଇନଥିବାରୁ ନୋଟିସ କରାଯାଇଛି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକର ୩୩ଟି , ବୌଦ୍ଧ ବ୍ଲକର ୧୫ଟି, କଣ୍ଟାମାଳ ବ୍ଲକର ୮ଟି ସ୍କୁଲକୁ ଜାରି ହୋଇଛି ନୋଟିସ ।ସାତ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ୧୫ ତାରିଖର ମଧ୍ୟାହ୍ନ ଭୋଜନ ଛାତ୍ରଛାତ୍ରୀଙ୍କୁ ଦେବା ସହ ପ୍ରମାଣ ସ୍ୱରୂପ ଫଟୋ ଏବଂ ଭିଡିଓ ସହ ଉତ୍ତର ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।ସୂଚନା ଅନୁଯାୟୀ ଓବଜରର୍ଭେଶନଡେରେ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ଶିକ୍ଷାବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ରହିଥିବା ବେଳେ ଏଥିରେ ଖିଲାପ ହେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଥିଲେ । ସ୍ଵାଧୀନତା ଦିବସ ପୂର୍ବଦିନ ସମସ୍ତ DEO ଙ୍କୁ ନୋଡାଲ ଅଫିସର ଚିଠି ମଧ୍ୟ କରିଥିଲେ । ସ୍ଵାଧୀନତା ଦିବସରେ ସ୍କୁଲରେ ରନ୍ଧା ହେବ ମଧ୍ୟାହ୍ନ ଭୋଜନ । ହେଲେ ଶିକ୍ଷା ବିଭାଗ ର ନିର୍ଦ୍ଦେଶନାମାକୁ ଧ୍ୟାନ ନଦେଇ ବୌଦ୍ଧ ଜିଲ୍ଲାରେ ଅନେକ ସ୍କୁଲ ଦେଇନଥିଲେ ମଧ୍ୟାହ୍ନ ଭୋଜନ ।
