ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ଭାରତରେ ଗଡ଼ିବ ପ୍ରଥମ ବୁଲେଟ୍ ଟ୍ରେନ୍
ଦେଶରେ ଖୁବ୍ଶୀଘ୍ର ପ୍ରଥମ ବୁଲେଟ ଟ୍ରେନ ଚାଲିବାର ଦେଖାଯିବ। ନୂତନ ବର୍ଷ ଅବସରରେ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ଭାରତ ଅଗଷ୍ଟ ୧୫, ୨୦୨୭ ସୁଦ୍ଧା ଏହାର ପ୍ରଥମ ବୁଲେଟ ଟ୍ରେନ ପାଇବ। ଏହା ସହରଗୁଡ଼ିକ ମଧ୍ୟରେ ସଂଯୋଗକୁ ଗୁରୁତ୍ୱପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିବ।ପ୍ରଥମ ପର୍ଯ୍ୟାୟରେ ୫୦୮କିଲୋମିଟର ଗଡ଼ିବ ବୁଲେଟ୍ ଟ୍ରେନ୍ । ଏହା ଭିତରେ ୮ଟି ପାହାଡ଼ ଟନେଲ ଓ ଗୋଟିଏ ସାମୁଦ୍ରିକ ଟନେଲ୍ ଦେଇ ଗତି କରିବ ଏହି ବୁଲେଟ୍ ଟ୍ରେନ୍ । ଏହି ପ୍ରକଳ୍ପର ମୋଟ୍ ଦୈର୍ଘ୍ୟ ୫୦୮ କିଲୋମିଟର୍, ଯେଉଁଥିରେ ୨୭କିଲୋମିଟରରୁ ଅଧିକ ଟନେଲ୍ ରହୁଛି । ଏଥିରୁ ୨୧ କିଲୋମିଟର୍ ଅଣ୍ଡରଗ୍ରାଣ୍ଡ ଏବଂ ୬.୪ କିଲୋମିଟର୍ ସର୍ଫେସ୍ ଟନେଲ୍ ରହିଛି । ପ୍ରକଳ୍ପରେ ଥିବା ୮ଟି ପର୍ବତ ଟନେଲ୍ରୁ ୭ଟି ମହାରାଷ୍ଟ୍ରରେ ମୋଟ୍ ୬.୦୫ କିଲୋମିଟର୍ ଏବଂ ଗୁଜରାଟରେ ଗୋଟିଏ ୩୫୦ ମିଟର୍ ଲମ୍ବା ରହିଛି । ଏହି ପ୍ରକଳ୍ପରେ ମୋଟ୍ ୧୨ଟି ଷ୍ଟେସନ୍ ରହିଛି । ଅନେକ ଲୋକ ଏବେ ଭାବୁଛନ୍ତି ଯେ ବୁଲେଟ ଟ୍ରେନ ଭଡ଼ା କେତେ ହେବ? ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଚୂଡ଼ାନ୍ତ ହୋଇନାହିଁ, କିନ୍ତୁ ପ୍ରାରମ୍ଭିକ ଆକଳନ ପ୍ରକାଶ ପାଇଛି। ଏହା ବିଶ୍ୱାସ କରାଯାଉଛି ଯେ ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଯାତ୍ରା ପାଇଁ ଭଡ଼ା ୩୦୦୦ରୁ ୫୦୦୦ ପର୍ଯ୍ୟନ୍ତ ହୋଇପାରେ। ଏହା ବିମାନ ଯାତ୍ରା ଅପେକ୍ଷା ଶସ୍ତା ହେବାର ସମ୍ଭାବନା ଅଛି।
