ଅଙ୍ଗଦାନ କରିବାକୁ ପ୍ରତିବଦ୍ଧ ହେଲେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ସ୍ୱାମୀ ସବ୍ୟସାଚୀ ।

ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିବା ସହ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍‌‌ ସବ୍ୟସାଚୀ ଦାଶ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଏ ନେଇ ଆଜି ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସ୍ୱୀକୃତି ଦେଇଛନ୍ତି। ଏହା ଛଡ଼ା ସେଦୁହେଁ ରକ୍ତଦାନ ମଧ୍ୟ କରିଛନ୍ତି।

ଅତୀତରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ନହେବାରୁ ନିଜ ବାପାଙ୍କୁ ହରାଇଥିଲେ ପିଙ୍କି । ଏପରି ସ୍ଥିତିରେ ନିଜ ଅନ୍ତରଙ୍ଗଙ୍କୁ ହରାଇବାର ଦୁଃଖ ସେ ଅନୁଭବ କରିଛନ୍ତି । ତେଣୁ ତାଙ୍କ ଭଳି କଷ୍ଟ କାହାକୁ ନହେଉ ଏଭଳି ଚିନ୍ତା କରି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ପିଙ୍କି ।