ଅଜଗରକୁ ଧରି କ୍ୟାମେରା ଆଗରେ କିସ୍ସ କରୁଥିଲେ ବ୍ୟକ୍ତି ଆଉ ପରେ ….|

ଜଣେ ଯୁବକ ବିଶାଳକାୟ ଅଜଗର ସହ କରୁଥିଲେ ମସ୍ତି ଆଉ ସାପକୁ ଦେଉଥିଲେ କିସ୍ । ତାପରେ ସାପ ଏମିତି ପାନେ ଦେଲା ଯେ ଆଉ ଜୀବନ ରେ କେବେ ସାପ ସହିତ ମସ୍ତି କରିବାକୁ ଇଛା କରିବେ ନାହିଁ | ସୂଚନାମୁତାବକ ସାପ ସହ ଖେଳିବାର ବହୁତ ଭିଡିଓ ଭାଇରାଲ ହେବାର ଆପଣ ଦେଖିଥିବେ । ଏବେ ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଯୁବକଙ୍କୁ ଲାଗିଛି ସାଂଘାତିକ ଝଟକା । ବ୍ୟକ୍ତି ଜଣଙ୍କ ଦୁଇ ହାତରେ ଅଜଗରକୁ ଧରି ଗେଲକରିବାକୁ ମୁହଁ ଆଡ଼କୁ ନେଲାବେଳେ ଅଜଗର ତାଙ୍କ ପାଟିକି କାମୁଡି ଦେଉଛି। ବ୍ୟକ୍ତି ଜଣଙ୍କ ଅଜଗରକୁ ଭିଡିବା ସମୟରେ ତାହାର ଏକ ଦାନ୍ତ ବ୍ୟକ୍ତିଙ୍କ ଗାଲରେ ପଶିଯାଇଛି।

ଯାହାକୁ ସିଏ କିଛି ସମୟ ପରେ କାଢ଼ିବାରେ ସଫଳ ହେଉଛନ୍ତି। ଏଥିରେ ତାଙ୍କ ଗାଲରେ ଗଭୀର କ୍ଷତ ଲାଗିଥିବା ଭଳି ଜଣାପଡୁଛି, କାରଣ ସାପର ଏକ ଦାନ୍ତ ବ୍ୟକ୍ତିଙ୍କ ଗାଲରେ ପଶିଯାଇଛି। ଏହି ୩୨ ସେକେଣ୍ଡର ଭିଡିଓକୁ ଜଣେ ବ୍ୟକ୍ତି ଇଣ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗୁଛି । ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠୁଛି ।