ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ୩୦ ଲକ୍ଷର ଗହଣା ଚୋରି

ମହାରାଷ୍ଟ୍ରର ବାରାମତୀରେ ଲକ୍ଷ ଲକ୍ଷ ଲୋକ ସେମାନଙ୍କର ପ୍ରିୟ ନେତା ‘ଅଜିତ ଦାଦା’ଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିବା ବେଳେ, ଚୋରମାନେ ଏହି ଦୁଃଖଦ ଘଟଣାର ସୁଯୋଗ ନେଇ ଏକ ବଡ଼ ଅପରାଧ ଘଟାଇଥିଲେ।ଅନ୍ତିମ ସଂସ୍କାର ସମୟରେ ସୁନା ଚେନ୍ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ଚେନ୍ ଚୋରି ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରାୟ ୧୫ ଜଣଙ୍କଠାରୁ ସୁନା ଚେନ ଚୋରି ହୋଇଥିଲା। ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।୨୮ ଜାନୁଆରୀରେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ ବିମାନ ଦୁର୍ଘଟଣାରେ ହୋଇଥିଲା । ତାଙ୍କର ଅନ୍ତିମ ସଂସ୍କାର ବାରାମତି ସ୍ଥିତ ବିଦ୍ୟା ପ୍ରତିଷ୍ଠାନ ପଡିଆରେ ସଂପୂର୍ଣ୍ଣ ରାଜକୀୟ ସମ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ଅନ୍ତିମ ଦର୍ଶନ ପାଇଁ ମହାରାଷ୍ଟ୍ରର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ବାରାମତି ପହଞ୍ଚିଥିଲେ । ପୁରା ସହର ଶୋକରେ ବୁଡ଼ିଥିଲା । ଯାହାର ଫାଇଦା ଉଠାଇଥିଲା ଚୋର ।ଅଜିତ ପାୱାରଙ୍କ ଅନ୍ତିମ ସଂସ୍କାରରେ ପ୍ରାୟ ୮ ହଜାର ପୋଲିସ କର୍ମୀ ନିୟୋଜିତ ରହିଥିଲେ । ଏହାପରେ ମଧ୍ୟରେ ଚୋରି ଘଟଣା ଘଟିଥିଲା । ଯାହା ପୋଲିସ ବ୍ୟବସ୍ଥାକୁ ଏକ ବଡ଼ ଚ୍ୟାଲେଞ୍ଜ । ପୀଡିତ ନାଗରିକ ଅଭିଯୋଗ ଅନୁଯାୟୀ ପୋଲିସ ଥାନାରେ ମାମଲା ଦାୟର ହୋଇଥିଲା ।