ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ ଏଗେନ’ ର ଫାଷ୍ଟ ଲୁକ୍ ଲଞ୍ଚ।

ଅଜୟ ଦେବଗନଙ୍କ ଫିଲ୍ମ ‘ସିଂଘମ ଏଗେନ’ କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ରହିଥିବା ବେଳେ ଏବେ ଫିଲ୍ମରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ରୋହିତ ସେଟ୍ଟୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଅଜୟଙ୍କ ଲୁକ୍ ସେୟାର କରି ସେ ଲେଖିଛନ୍ତି କି, ଗୋଟେ ସିଂହ ଆତଙ୍କ ସୃଷ୍ଟି କରେ କିନ୍ତୁ ଏକ ଆହତ ସିଂହ ବିନାଶ ସୃଷ୍ଟି କରେ । ସମସ୍ତଙ୍କ ପ୍ରିୟ ପୋଲିସ ବାଜିରାଓ ସିଂଘମ ଫେରିଛନ୍ତି । ସିଂଘମ ଏଗେନ୍ ।ଏହି ଫିଲ୍ମରେ ଅଜୟ ଦେବଗନଙ୍କ ଅପୋଜିଟରେ ଦୀପିକା ପାଦୁକୋନଙ୍କୁ ଦେଖା ଯିବେ । ତେବେ ପ୍ରଥମ ଥର ପାଇଁ ଅଜୟ ଦେବଗନ ଏବଂ ଦୀପିକା ପାଦୁକୋନଙ୍କୁ ଗୋଟିଏ ସ୍କ୍ରିନ ସେୟାର କରିବାର ଦେଖାଯିବ । ଏହି ଫିଲ୍ମଟି କୁ ଆକ୍ସନ-କମେଡି ପ୍ରସଙ୍ଗରେ ତିଆରି କରାଯିବ । ସବୁଥର ଭଳି ସିଂଘମ ର ସିକ୍ୱେଲ ଦର୍ଶକଙ୍କୁ ଖୁବ ହସାଇବା ବୋଲି ଆଶା କରାଯାଉଛି । ଏହି ଫିଲ୍ମଟି ଅଗଷ୍ଟ 15ରେ ପ୍ରେକ୍ଷାଳୟ ଗୁଡ଼ିକରେ ରିଲିଜ କରାଯିବ । ଅନ୍ୟ ସିକ୍ୱେଲ ଭଳି ଏହି ଫିଲ୍ମଟି ମଧ୍ୟ ବକ୍ସ ଅଫିସ ରେ ସଫଳ ହେବ ବୋଲି ଅନୁମାନ କରାଯାଉଛି ।

ଅଜୟ ଦେବଗନଙ୍କ ଫାଷ୍ଟ ଲୁକ୍ ଦେଖି ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମ ଦେଖିବାର ଆଗ୍ରହ ଦୁଇଗୁଣା ହୋଇଯାଇଛି । ଏପରିକି ଆଉ ଅପେକ୍ଷା କରି ହେବନି ବୋଲି ଫ୍ୟାନ୍ସମାନେ କମେଣ୍ଟରେ ଲେଖିଛନ୍ତି ।ରୋହିତ ସେଟ୍ଟୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ସିଂଘମ ଫ୍ରାଞ୍ଚାଇଜ୍ ର ତୃତୀୟ ଫିଲ୍ମ । ଏଥିରେ ଅଜୟ ଦେବଗନ ବାଜିରାଓ ଭୂମିକାରେ ନଜର ଆସିବେ ।