ଅଟଳ ସେତୁରେ ଆତ୍ମହତ୍ୟା କରୁଥିଲେ ମହିଳା ଆଉ ପରେ….

ଅଟଲ ସେତୁ ଉପରେ ଆତ୍ମହତ୍ୟା କରିବାକୁ ପ୍ରୟାସ କରୁଥିଲେ ଜଣେ ଯୁବତୀ। ଏହି ସମୟରେ ଦେବଦୂତ ସାଜି ଜୀବନ ବଞ୍ଚାଇଥିଲେ ଜଣେ ଟ୍ୟାକ୍ସି ଡ୍ରାଇଭର।କୁହାଯାଉଛି ଯେ ଶୁକ୍ରବାର ସା ୭ଟାରେ ଜଣେ ମହିଳା ମୁମ୍ବାଇରୁ ନାଭି ମୁମ୍ବାଇକୁ ସଂଯୋଗ କରୁଥିବା ଅଟଳ ବ୍ରିଜରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ମହିଳା ଅଟଳ ବ୍ରିଜ ଉପରକୁ ଯାଇ ଫ୍ଲାଏଓଭରରୁ ସମୁଦ୍ରକୁ ଡେଇଁବାକୁ ଚେଷ୍ଟା କରିଥିଲେ।ତେବେ ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ମହିଳାଙ୍କୁ ଧରିଥିଲେ। ଏହି ସମୟରେ ଅଟଳ ସେତୁରେ ପାଟ୍ରୋଲିଂ କରୁଥିବା ଗାଡ଼ି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

ପୋଲିସ କର୍ମଚାରୀମାନେ ତତ୍ପରତା ଦେଖାଇ ମହିଳାଙ୍କୁ ଧରିଥିଲେ। ଏବଂ ତାଙ୍କୁ ଉପରକୁ ଟାଣିଆଣିଥିଲେ।ପୋଲିସର ତତ୍ପରତା ହେତୁ ହିଁ ମହିଳାଙ୍କ ଜୀବନ ବଞ୍ଚି ଯାଇଥିଲା। ବର୍ତ୍ତମାନ ମହିଳାଙ୍କୁ ପରାମର୍ଶ ଏବଂ ଚିକିତ୍ସା ପାଇଁ ଘରକୁ ପଠାଯାଇଛି। କିନ୍ତୁ, ମହିଳା ଆତ୍ମହତ୍ୟା ଉଦ୍ୟମର ଏହି ମାମଲା ସୋସିଆଲ ମିଡିଆରେ ଆଲୋଚନା ବିଷୟ ହୋଇଛି।