ଅଟୋ ଭିତରେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ

କଟକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଲଜ୍ଜାଜନକ ଘଟଣା ଘଟିଛି। ଏକ ଅଟୋ ଭିତରେ ନାବାଳିକାଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଚାଉଳିଆଗଞ୍ଜ ଥାନାରେ ମାମଲା ହୋଇଛି । ସୂଚନାମୁତାବକଗତ ୮ ତାରିଖରେ ନାବାଳିକା ଜଣକ ଜଗତପୁର ଅଞ୍ଚଳରୁ ତାଙ୍କର ଜଣେ ସାଙ୍ଗଙ୍କ ସହ ବାଦାମବାଡ଼ି ଆସିଥିଲେ। ବାଦାମବାଡ଼ିରୁ କାମ ସାରି ଫେରିବା ବେଳେ ଶିଖରପୁର ନିକଟରେ ଅଟୋ ଚାଳକଙ୍କୁ ପାଣି ମାଗିଥିଲେ। ପାଣି ନଥିବା ଅଟୋ ଚାଳକ କହିଥିଲେ। ସେହି ସମୟରେ ନାବାଳିକ ଙ୍କ ସାଙ୍ଗ ପାଣି ଆଣିବା ପାଇଁ ପଳେଇଥିଲେ । ଆଉ ସେତିକିବେଳେ ଅଟୋ ଚାଳକ ଜଣକ ନାବାଳିକାକୁ ଅସଦାଚରଣ କରିଥିଲେ। ବାରମ୍ବାର ତାଙ୍କୁ ଛୁଇଁବା ପାଇଁ ଚେଷ୍ଟା କରିଥିଲେ। ତେବେ ଏ ନେଇ ନାବାଳିକା ଜଣକ ଚାଉଳିଆଗଞ୍ଜ ଥାନାରେ ଏତଲା ଦେଲା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।