ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ ।ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଅଡୁଆରେ ସାଉଥ ସୁପରଷ୍ଟାର୍ ବିଜୟ । କରୁର ଦଳାଚକଟା ଘଟଣାର ହେବ CBI ତଦନ୍ତ । ତାମିଲନାଡୁ କରୁରରେ ଦଳାଚକଟାରେ ୪୧ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାର CBI ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର୍‌ କରିବାକୁ ୩ ଜଣିଆ କମିଟି ଗଠନ ହୋଇଛି । ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଅଜୟ ରସ୍ତୋଗିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଘଟଣାର ତଦନ୍ତ ନିରପେକ୍ଷ ହେବା ଉଚିତ୍‌ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦୁର୍ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବିଚାରପତି ଜେକେ ମାହେଶ୍ୱରୀ ଏବଂ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ସୂଚନାଯୋଗ୍ୟ, ତାମିଲନାଡୁର କରୁରରେ ରାଲିରେ ଦଳାଚକଟା ଘଟି ୪୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ଟିଭିକେର ଅଭିଯୋଗ କରିଛି, କରୁରରେ ଦଳାଚକଟା ଏକ ଦୁର୍ଘଟଣା ନଥିଲା । ଏହା ଏକ ଅପରାଧ ମୂଳକ ଷଡ଼ଯନ୍ତ୍ର ଥିଲା । ଡିଏମକେ ସରକାରଙ୍କ ଦ୍ୱାରା ଏହି ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।