ଅଣସର ଘରେ ଚାରି ବିଗ୍ରହ । ସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ

ଅଣସର ଘରେ ଚାରି ବିଗ୍ରହ । ସ୍ନାନ ପୂର୍ଣ୍ଣିମା ରେ ୧୦୮ ଗରା ସୁବାସିତ ଜଳରେ ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପୀଡିତ ହେଲେ ମହାପ୍ରଭୁ । । ଦଇତାପତି ସେବାୟତମାନେ ଲାଗି ପଡିଛନ୍ତି ଦାରୁ ଦିଅଁଙ୍କ ସେବାରେ ।୧୫ ଦିନ ଧରି ଅଣସର ପିଣ୍ଡିରେ ଚାଲିବ ଗୁପ୍ତ ଉପଚାର ।

ଏହି ୧୫ ଦିନ ଯାକ ଶ୍ୱେତ ବସ୍ତ୍ର ଧାରଣ କରିବେ ଶ୍ରୀଜିଉ । ତୁଳସୀ ଲାଗିବନି କେବଳ ଧଳା ଫୁଲ ଲାଗି କରାଯିବ । ଅଣସର ସମୟରେ କେବଳ ପଣା ଓ ଚକଟା ଭୋଗ ସହ ଫଳମୂଳ ଲାଗି ହୋଇଥାଏ ।