ଅଣ୍ଡା ସହିତ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ ନଚେତ ହେବ ବଡ କ୍ଷତି

ଅଣ୍ଡା ପ୍ରୋଟିନ ଥାଏ ଯାହା ଶରୀରକୁ ସୁସ୍ଥ ରଖିବା ରେ ସାହାର୍ଯ୍ୟ କରେ । କିନ୍ତୁ ଏପରି କିଛି ଜିନିଷ ରହିଛି ଯାହା ଅଣ୍ଡା ସହିତ ଖାଇବା ଠିକ ନୁହେ । ପ୍ରଥମତଃ ଅଣ୍ଡା ସହ ସୋୟା କ୍ଷୀର ସ୍ବାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । କିନ୍ତୁ ଏହା ସହ ଅଣ୍ଡା ଖାଇବାର ଭୁଲ୍‌ କେବେ ବି କରନ୍ତୁନି । ଏପରି କରିବା ଦ୍ବାରା ପେଟ ଖରାପ ହେବା ସହ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ଉପୁଜିଥାଏ ।ଅନେକ ଲୋକ ଖାଇବା ସମୟରେ ଲେମ୍ବୁ ଖାଇଥାନ୍ତି । କିନ୍ତୁ ଅଣ୍ଡା ସହିତ ଲେମ୍ବୁ ଖାଇବା ସ୍ବାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ । ଏପରି କରିବା ଦ୍ବାରା ହାର୍ଟ ସହ ଜଡିତ ଅନେକ ରୋଗ ହୋଇଥାଏ ।

ତେଣୁ ଅଣ୍ଡା ସହ ଲେମ୍ବୁ ଖାଇବା ଉଚିତ୍ ନୁହେ । ଯଦି ଆପଣ ଚା’ ପିଇବା ସମୟରେ ଅଣ୍ଡା ଖାଇବେ ତେବେ ଏହା ଦ୍ବାରା କବ୍ଜ, ଗ୍ୟାସ୍ ଓ ଏସିଡ଼ିଟି ପରି ସମସ୍ୟା ହୋଇଥାଏ । ଅନ୍ୟପଟେ ଅଣ୍ଡା ସହ ଚିନି ଖାଇବା ଉଚିତ୍‌ ନୁହେଁ । ଅଣ୍ତା ସହ ଚିନି ଖାଇବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିଥାଏ, ଯାହାଦ୍ୱାରା ଶରୀରକୁ ଅନେକ କ୍ଷତି ହୋଇଥାଏ । ବହୁତ ଲୋକେ ଅଣ୍ତା ସହ କଦଳୀ ଖାଇଥାଆନ୍ତି କିନ୍ତୁ ଉଭୟକୁ ଏକାଠି ଖାଇବା ଦ୍ବାରା ହଜମ ପ୍ରକ୍ରିୟାରେ ଅସୁବିଧା ହୋଇଥାଏ । ଏହାକୁ ଖାଇବା ଦ୍ବାରା ଖାଦ୍ୟ ହଜମ ହେବାରେ ବହୁତ ସମୟ ଲାଗିଥାଏ । ଅଣ୍ତାରେ ପ୍ରୋଟିନ୍ ଓ କଦଳୀରେ ପୋଟାସିୟମ୍ ରହିଥିବାରୁ ଏହାକୁ ଏକାଠି ଖାଇବା ଆଦୌ ଉଚିତ୍ ନୁହେଁ ।