ଅଧିକ ମୂଲ୍ୟର ମୁମ୍ଵାଇରେ ବିଳାଶପୂର୍ଣ୍ଣ ଘର କିଣିଲେ ଜନ୍‌ ଆବ୍ରାହମ

ବଲିଉଡର ଆକ୍ସନ୍ ହିରୋ ଜନ୍ ଆବ୍ରାହମ୍ । ମୁମ୍ବାଇର ରିଅଲ୍ ଇଷ୍ଟେଟ୍ ବଜାରରେ ଏକ ବଡ଼ କାରବାର ହୋଇଛି।ଜନ ମୁମ୍ବାଇର ଲିଙ୍କିଂ ରୋଡରେ ଥିବା ଏକ ବଙ୍ଗଳା ପାଇଁ ଏହି ଚୁକ୍ତି ଶେଷ କରିଛନ୍ତି। ସେ ୭୫ କୋଟି ଟଙ୍କାରେ ଏହି ବଙ୍ଗଳା କିଣିଛନ୍ତି।ଏଥିପାଇଁ ଜନ୍ ଅବ୍ରହାମ ୪.୨୪ କୋଟି ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ମନି କଣ୍ଟ୍ରୋଲ୍ ରିପୋର୍ଟ ଅନୁଯାୟୀ, ଖାରର ଲିଙ୍କ୍ ରୋଡ୍ ଯେଉଁଥିରେ ଜନ୍ ଆବ୍ରାହମ୍ ଏହି ବଙ୍ଗଳା କିଣିଛନ୍ତି। ତାହା ଏକ ରେସିଡେଣ୍ଟାଲ କ୍ଷେତ୍ର ଅଟେ । ସ୍ଥାନୀୟ ବ୍ରୋକର ଅନୁଯାୟୀ, ଏହି ଅଞ୍ଚଳରେ ସମ୍ପତ୍ତି ମୂଲ୍ୟ ବର୍ଗଫୁଟ ପିଛା ୪୦ ହଜାରରୁ ୯୦ ହଜାର ଟଙ୍କା ମଧ୍ୟରେ ରହିଛି। ଏହି ମୂଲ୍ୟ ସମ୍ପତ୍ତିର କ୍ଷେତ୍ର ଏବଂ ଗ୍ରେଡ୍ ଉପରେ ନିର୍ଭର କରେ ।ଜନ କ୍ରୟ କରିଥିବା ଜମିର କ୍ଷେତ୍ର ୭ ହଜାର ୭୨୨ ବର୍ଗଫୁଟ ହୋଇଥିବାବେଳେ ବଙ୍ଗଳାର କ୍ଷେତ୍ର ୫,୪୧୬ ବର୍ଗଫୁଟ। ଜନ ଆବ୍ରାହମ ସମ୍ପତ୍ତି ସହିତ କଣ କରିବାକୁ ଯୋଜନା କରୁଛନ୍ତି ତାହା ପ୍ରକାଶ କରାଯାଇ ନାହିଁ।।

ଏହି କ୍ଷେତ୍ରରେ ଅନେକ ଶିକ୍ଷାନୁଷ୍ଠାନ ମଧ୍ୟ ନିର୍ମାଣ କରାଯାଇଛି । ଏହି ଡିଲ୍ ୨୭ ଡିସେମ୍ବର ୨୦୨୩ରେ କରାଯାଇଥିଲା ରିଅଲ ଇଷ୍ଟେଟରେ ବହୁ ବିନିଯୋଗ କରିଥିବା ବଲିଉଡ ସେଲିବ୍ରିଟିଙ୍କ ତାଲିକାରେ ଜନ ଆବ୍ରାହମ ସାମିଲ ଅଛନ୍ତି। ଜନ ଆବ୍ରାହମ ଶାହାରୁଖ ଖାନଙ୍କ ସହ ‘ପଠାନ’ ରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ବଡ ସଫଳତା ହାସଲ କରିଥିଲା।