ଅଧ୍ୟକ୍ଷଙ୍କ ସ୍ଵେଚ୍ଛାକୃତ ଇସ୍ତଫା ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ
ଗଣିଆ,(ବିଶ୍ୱରଂଜନ ସେଠି) ଗଣିଆ ବ୍ଳକର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ ସୋମବାରଦିନ ନୂତନ ଅଧ୍ୟକ୍ଷଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅଖିଳ କୁମାର ହୋତା । ବହୁ ବାଦ ବିବାଦ ପରେ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଲକ୍ଷ୍ମୀକାନ୍ତ ପଣ୍ଡା ଶେଷରେ ସ୍ୱେଛାକୃତ ଇସ୍ତଫା ପ୍ରଦାନ କରିଛନ୍ତି । ତା ୧୬.୦୧.୨୦୨୬ରିଖରେ ପ୍ରଦାନ କରିଥିବା ଇସ୍ତଫା ପତ୍ରକୁ ଉପ-ଜିଲାପାଳ ତଥା ପରିଚାଳନା କମିଟିର ସଭାପତି କର୍ଣ୍ଣଦେବ ସମ୍ମାଦ୍ଧାର ଗ୍ରହଣ କରିଛନ୍ତି ।ପ୍ରକାଶ ଥାଉକି ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡାତା୧୯.୦୨.୨୦୨୦ରିଖରେବର୍ତ୍ତମାନର ଅଧ୍ୟକ୍ଷଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ପରିଚାଳନା କମିଟିର ସଭାପତି ମହାବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ବରିଷ୍ଠ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଖିଳ କୁମାର ହୋତାଙ୍କୁ ତୁରନ୍ତ ଅଧ୍ୟକ୍ଷ ଦାୟିତ୍ୱ ହସ୍ତାନ୍ତର କରିବା ପାଇଁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟପତ୍ରସଂଖ୍ୟା-୨୭୨/୩୧.୦୧.୨୦୨୬ରିଖରେ ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଇତି ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ନୂତନ ଅଧ୍ୟକ୍ଷ ଭାବରେ ଅଖିଳ କୁମାର ହୋତା ୦୨.୦୨.୨୦୨୬ରିଖ ଅପରାହ୍ନରେ ପ୍ରଶାସନିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଭଳି ଖବର ପ୍ରଚାରିତ ହେବାପରେ ନୂତନ ଅଧ୍ୟକ୍ଷଙ୍କୁ କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଂଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି ।
