ଅନନ୍ତ ଅମ୍ଵାନୀଙ୍କ ବିବାହରେ ଡ୍ୟାନ୍ସ ପରଫର୍ମ କରିବେ ରଣବୀର-ଆଲିଆ

ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ। ତାଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ହେଉଛି।ଏବେ ଖବର ଆସିଛି ଯେ ବଲିଉଡର ସୁଇଟ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଏହି ରାଜକୀୟ ବିବାହରେ ଏକ ନୃତ୍ୟ ପରିବେଷଣ କରିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ରଣବୀର ଏବଂ ଆଲିଆ ଅନନ୍ତଙ୍କ ସହ ରିହର୍ସାଲ କରିବାକୁ ଯାଉଛନ୍ତି।। ଦମ୍ପତିଙ୍କ ପ୍ରି ଓ୍ବେଡିଂ ଫଙ୍କଶନର ଇନଭିଟେଶନ ପ୍ରକାଶ ପାଇଛି। ଅନନ୍ତ-ରାଧିକାଙ୍କ ବିବାହ ପୂର୍ବ କାର୍ଯ୍ୟ ଗୁଜୁରାଟର ଜାମନଗରରେ ୧-୩ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି। ଆଲିଆ ଏବଂ ରଣବୀର ମଧ୍ୟ ଏଠାରେ ପହଞ୍ଚିଛନ୍ତି।

ଏବେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ବୋଧହୁଏ ବି-ଟାଉନ ଦମ୍ପତି ଅନନ୍ତ ଏବଂ ରାଧିକାଙ୍କ ପ୍ରି-ଓ୍ବେଡିଂ ଫଙ୍କଶନରେ ପରଫର୍ମ କରିବେ।ଅନନ୍ତ ଏବଂ ରାଧିକାଙ୍କ ବିବାହ ପୂର୍ବରୁ ନୃତ୍ୟ ଅଭ୍ୟାସ ଅଧିବେଶନରେ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ବିଶାଳ ବ୍ୟବସ୍ଥାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା। ଅମ୍ବାନୀ ଫ୍ୟାନ୍‌ଫେଜ୍‌ରେ ସେୟାର ହୋଇଥିବା ଫଟୋ ଭିଡିଓରେ ଗୁଜୁରାଟୀ ଚାଟ୍ ଏବଂ ଅତିଥିମାନଙ୍କ ପାଇଁ ପ୍ରସ୍ତୁତ ସ୍ପେଶାଲ ସ୍ନାକ୍ସର ଝଲକ ନଜର ଆସିଥିଲା।