ଅନୁଗୁଳରେ ଅଘଟଣ : ବାଣ ଫୁଟି ପୁଅ ମୃତ, ବାପା ଗୁରୁତର

ଭାଇ-ଭାଇ ଭିତରେ କଳହର ଉଗ୍ର ରୂପ। ବୋମା ଧରି ଗୋଡ଼ାଉ ଥିଲେ, ନିଜ ହାତରେ ଫୁଟିଗଲା। ପୁଅ ମୃତ, ବାପା ଗୁରୁତର। ଅନୁଗୁଳ ଜିଲ୍ଲା ସମଲ ଥାନା ଅର୍କିଳ ପଞ୍ଚାୟତର ଶିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ପ୍ରବୋଧ ଓ ତାଙ୍କ ଭାଇ ତ୍ରିନାଥ ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରବୋଧ ତ୍ରିନାଥଙ୍କୁ ଆକ୍ରମଣ କରିଥିଲେ। ଘରେ ରଖିଥିବା ବୋମା ଧରି ତାଙ୍କୁ ଗୋଡ଼ାଇଥିଲେ। ଏହି ସମୟରେ ତାଙ୍କ ପୁଅ ସରୋଜ ଅଟକାଇଥିଲେ। ଏତିକି ବେଳେ ବୋମା ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ପ୍ରବୋଧଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ ଖମାର ଡାକ୍ତରଖାନାକୁ ନେଇଥିଲେ।