ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ ଏବଂ ଦେଶାନ୍ତର ପ୍ରସଙ୍ଗରେ ତଥ୍ୟ ଲୋଡିଲେ ଓଡିଶା ହାଇକୋର୍ଟ 

ହାଇକୋର୍ଟରେ ବାଂଲାଦେଶୀ ପ୍ରସଙ୍ଗରେ ଜନସ୍ୱାର୍ଥ ମାମଲା । ଜନସ୍ୱାର୍ଥ ମାମଲାକୁ ଗୁରୁତର ସହ ନେଇଛନ୍ତି ହାଇକୋର୍ଟ । ଅନୁପ୍ରବେଶକାରୀଙ୍କୁ ଚି଼ହ୍ନଟ ଏବଂ ଦେଶାନ୍ତର ପ୍ରସଙ୍ଗରେ ତଥ୍ୟ ଲୋଡିଲେ ଓଡିଶା ହାଇକୋର୍ଟ । ଏଥିପାଇଁ ଆବଶ୍ୟକୀୟ ଟାସ୍କ ଫୋର୍ସ ଗଠନ ହୋଇଛି ନା ନାହିଁ ସେନେଇ ଜବାବ ଦେବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି କେନ୍ଦ୍ର ସରକାରଙ୍କ ଆଇନ କାର୍ଯ୍ୟକାରୀ ହୋଇଛି କି ନାହିଁ ଜଣାଅ । କାହାକୁ ରିପୋର୍ଟ ଦିଆଯାଇଛି, ,ବିଶେଷ ତଥ୍ୟ ଦାଖଲ କର । ଏସବୁ ସତ୍ତ୍ୱେ ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶ ବଢ଼ିବାରେ ଲାଗିଛି ବୋଲି ଆବେଦନକାରୀ ଆଇନଜୀବୀ ଶିବଶଙ୍କର ମହାନ୍ତି ଅଭିଯୋଗ କରିଛନ୍ତି । ଅନୁପ୍ରବେଶକାରୀ ମାନେ ଲୁଚି ଛପି ରାଜ୍ୟର ବିଭିନ୍ନ ସ୍ଥାନରେ ଆଡ୍ଡା ଜମାଇବାରେ ଲାଗିଛନ୍ତି । ମିଛ ପ୍ରମାଣ ପତ୍ର ଜରିଆରେ ଆଧାର କାର୍ଡ ଏବଂ ଭୋଟର କାର୍ଡ କରି ନାଗରିକଙ୍କ ଅଧିକାର ଉପରେ ବାଧା ସୃଷ୍ଟି କରୁଥିବା ଆବେଦନକାରୀ ଆବେଦନରେ ଉଲ୍ଲେଖ କରିଛନ୍ତି ।