ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ

ଅନୁଭବ ମହାନ୍ତିଙ୍କ ପିତୃ ବିୟୋଗ । ଓଲିଉଡ୍‌ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ପରଲୋକ ହୋଇଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା।ଦୀର୍ଘଦିନ ଧରି ଅଭୟ କୀଡନି ରୋଗରେ ପୀଡ଼ିତ ଥିଲେ। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ବାପାଙ୍କର ଚିକିତ୍ସା ପାଇଁ ଅନୁଭବ ନିୟମିତ ହସ୍ପିଟାଲ ନେବା ଆଣିବା କରୁଥିଲେ। ଯାହାକୁ ନେଇ ସାଂସଦ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ ।

ଏପରିକି ନିଜ ବାପାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ଏବେ ଆସିଛି ଦୁଃଖଦ ଖବର । ଚିକିତ୍ସାଧୀନ ଅବସ୍ଥାରେ କଟକରେ ଅଭୟ ମହାନ୍ତିଙ୍କର ପରଲୋକ ହୋଇଛି ।