ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ହାଇକୋର୍ଟଙ୍କ ମଞ୍ଜୁରୀ

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା । ଓଲିଉଡ ଷ୍ଟାର ଅନୁଭବ ମହାନ୍ତିଙ୍କ ଆବେଦନକୁ ମଞ୍ଜୁର କଲେ ହାଇକୋର୍ଟ । ଫ୍ୟାମିଲି କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରିଥିଲେ ଅନୁଭବ ମହାନ୍ତି ।ପିଟିଶନ୍‌ରେ ଅନୁଭବ ଦର୍ଶାଇଥିଲେ ଯେ, ୨୦୧୪ରେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ବିଭିନ୍ନ ସମୟରେ ବର୍ଷା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ବର୍ଷା ଅନୁଭବଙ୍କୁ ତାଙ୍କ ବୈବାହିକ ଜୀବନରେ କେବେ ବି ଖୁସି ଦେଇନାହାନ୍ତି।

ଓଲଟା ସେ ସର୍ବଦା ଅନୁଭବଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିଲେ। ପାରିବାରିକ ଜୀବନରେ ବର୍ଷା କେବେହେଲେ ତାଙ୍କୁ ସହଯୋଗ କରୁ ନ ଥିଲେ। ଦୁହିଁଙ୍କ ଭିତରେ ମତ ପାର୍ଥକ୍ୟ ଥିବା କାରଣରୁ ଉଭୟ ଦୀର୍ଘଦିନ ହେବ ଅଲଗା ରହୁଛନ୍ତି ଇତ୍ୟାଦି | ତେବେ ଦୀର୍ଘଦିନର ପାରିବାରିକ ବିବାଦ ମାମଲାରେ ଅନ୍ତ ଘଟିଛି।