ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଯୁବକ ଗିରଫ

ବିବାହ ପ୍ରଲୋଭନ ଦେଖାଇ ଅନେକ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣାରେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି ରାଜ୍ୟ କ୍ରାଇମବ୍ରାଞ୍ଚ। ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିରଞ୍ଚି ନାରାୟଣ ନାଥଙ୍କୁ ଗିରଫ କରିଛି, ଯିଏ ଦ୍ୱିତୀୟ ବିବାହ ସନ୍ଧାନରେ ଅନେକ ମଧ୍ୟବିତ୍ତ ପରିବାରର ମହିଳାଙ୍କୁ ଯୌନ ତଥା ଆର୍ଥିକ ଶୋଷଣ କରୁଥିଲା। ତେବେ ଅଭିଯୁକ୍ତ “ଦ୍ୱିତୀୟ ବିବାହ” କରିବା ପାଇଁ ଏକ ମ୍ୟାଟ୍ରିମୋନିଆଲ ସାଇଟରେ ନିଜର ଏକ ପ୍ରୋଫାଇଲ୍ ସୃଷ୍ଟି କରି ନିଜକୁ ରେଳ କର୍ମଚାରୀ / ଆୟକର ଇନ୍ସପେକ୍ଟର କିମ୍ବା କଷ୍ଟମ୍ସ ଏବଂ ସେଣ୍ଟ୍ରାଲ୍ ଏକ୍ସାଇଜ୍ ବିଭାଗର ଅଧିକାରୀ ଭାବରେ ନିଜକୁ ପରିଚିତ କରାଇଥିଲେ ।

ସେ ମଧ୍ୟବିତ୍ତ ପରିବାରର ଅବିବାହିତ ଝିଅ , ସ୍ୱାମୀଙ୍କ ଠାରୁ ଅଲଗା, ବିଧବା କିମ୍ବା ଛାଡପତ୍ର ହୋଇଥିବା ମହିଳାଙ୍କୁ ବିଶେଷ କରି ଟାର୍ଗେଟ କରୁଥିଲା। ପ୍ରାରମ୍ଭରେ ସେ ତାଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ପରେ ୱେବସାଇଟ୍ ମାଧ୍ୟମରେ ତାଙ୍କୁ ବିବାହ କରିବା ପାଇଁ କହୁଥିଲେ । ଏହା ପରେ ଫୋନରେ କଥାବାର୍ତ୍ତା ଏବଂ ପରେ ତାଙ୍କ ଘରକୁ ଯାଉଥିଲେ ଓ ଅନେକ ମହିଳାଙ୍କ ପିଲାମାନଙ୍କୁ ଆଜୀବନ ସମର୍ଥନ ଏବଂ ସାଙ୍ଗରେ ରହିବାର ପ୍ରତିଶୃତି ମଧ୍ୟ ଦେଉଥିଲେ । ତାଙ୍କର ନକଲି ପ୍ରୋଫାଇଲ୍ ଦେଖି ଅନେକ ମହିଳା ଆକର୍ଷିତ ହୋଇ ଜାଲରେ ପଡିଥିଲେ।ମହିଳା ମାନେ ରାଜି ହୋଇଯିବା ପରେ ସେମାନଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରସ୍ତୁତ କରୁଥିଲା । ଆଉ ସେସବୁ ନେଇ ସେମାନଙ୍କ ନିକଟରୁ ଠକେଇ କରୁଥିଲା ।