ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ
ଜଗତସିଂହପୁର, ତା ୩୧/୧୦/୨୫ ଅନ୍ତର୍ଜାତୀୟ ସମବାୟ ବର୍ଷ ଉପଲକ୍ଷେ ପ୍ରାଥମିକ କୃଷି ସମବାୟ ସମିତି ମାନକଂର ସମୀକ୍ଷା ଓ କମ୍ପୁଟରୀକରଣ ସମ୍ପର୍କୀୟ ସଚେତନତା କର୍ମଶାଳା ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଏହି କର୍ମଶାଳା ରେ ଜଗତସିଂହପୁର ଉପନିବନ୍ଧକ ସମବାୟ ସମିତି ପ୍ରଭାତ ଚନ୍ଦ୍ର ଶତପଥି ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ |

ମୁଖ୍ୟ ଅତିଥିଭାବେସମବାୟ ସମିତି ସହକାରୀ ନବନ୍ଧକ ରଶ୍ମିପ୍ରଭା ଦାସ | ପି ଆର ଓ IFFCO ପ୍ରସନ୍ନ କୁମାର ବେଉରା ଏବଂ ବୈଜ୍ଞାନିକ କୁଳମଣି ମାଝି IFFCO, nano ୟୁରିଆ ଓ ଜୈବିକ ସାରର ବ୍ୟବହାର ଉପରେ ନିଜର ମତବ୍ୟକ୍ତ କରିଥିଲେ | ଶେଷରେ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟ କାନ୍ତ ଦାସ, ଧନ୍ୟବାଦ ଅର୍ପଣ କରିଥିଲେ ।ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ
