ଅନ୍ତିମ ସଂସ୍କାରରେ ବିଜୟଙ୍କ ଉପରେ ସ୍ଲିପରରେ ଆକ୍ରମଣ କଲେ ଅଜ୍ଞାତ ବ୍ୟକ୍ତି

ସାଉଥ ଷ୍ଟାର ଥାଲାପତି ବିଜୟଙ୍କ ଉପରକୁ ଚପଲ ଫିଙ୍ଗିଲେ ଅଜଣା ବ୍ୟକ୍ତି। ପ୍ରକୃତରେ ପ୍ରଖ୍ୟାତ ତାରକା ଏବଂ ରାଜନେତା ବିଜୟକାନ୍ତଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଯାଇଥିବାବେଳେ ତାଙ୍କ ଉପରକୁ ଏହି ଚପଲ ମାଡ଼ ହୋଇଛି। ସୋସିଆଲ ମିଡିଆରେ ସେୟାର କରାଯାଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବିଜୟ ପ୍ରଶଂସକଙ୍କ ଭିଡ଼ ଦେଇ ଯାଉଛନ୍ତି, ଏହି ସମୟରେ ଏକ ଜୋତା ତାଙ୍କ ଆଡକୁ ଉଡ଼ି ଉଡ଼ି ଆସି ତାଙ୍କୁ ଉପରେ ପଡୁଛି।ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ନେଇ କମେଣ୍ଟ କରୁଛନ୍ତି। ବିଜୟଙ୍କ ପ୍ରତି ଏଭଳି ଅସମ୍ମାନଜନକ ବ୍ୟବହାରକୁ କଡ଼ା ନିନ୍ଦା କରିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ଦିବଙ୍ଗତ ଅଭିନେତା ବିଜୟକାନ୍ତ କୋଭିଡ ପଜିଟିଭ ହୋଇଥିଲେ। ଏହା ପ​‌ରେ ତାଙ୍କର ମୃତ୍ୟୁ ଖବର ଆସିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।