ଅନ୍ୟ ତାରିଖଠାରୁ କାହିଁକି ସ୍ୱତନ୍ତ୍ର ୨୨/୨/୨୨, ଜାଣନ୍ତୁ ଏହାର ମହତ୍ତ୍ୱ…

ଆଜି ଫେବୃଆରୀ ୨୨, ୨୦୨୨ । ଜୀବନରେ ଥରେ ହିଁ ଏହି ତାରିଖ ପଡିଥାଏ । ବର୍ଷର ସବୁ ତାରିଖରୁ ଏହି ତାରିଖର ସଂଖ୍ୟା ଟିକେ ସ୍ୱତନ୍ତ୍ର ଓ ଭିନ୍ନ ଅଟେ । କାରଣ ଏହାକୁ ଆରମ୍ଭରୁ ଓ ଶେଷ ଆଡୁ ପଢିଲେ ସମାନ ସଂଖ୍ୟା ରହିଥାଏ । ଏହାସହ ଆଜି ମଙ୍ଗଳବାର (Tuesday) ହୋଇଥିବାରୁ (ସୋସିଆଲ୍‌ ମିଡିଆରେ ଏହି ସ୍ୱତନ୍ତ୍ର ତାରିଖକୁ Twosday ମଧ୍ୟ କୁହାଯାଉ

ଏହି ଭିନ୍ନ ତାରିଖକୁ ନେଇ ଇତିହାସରେ କୌଣସି ମହତ୍ତ୍ୱ ରହିନାହିଁ । ହେଲେ କ୍ୟାଲେଣ୍ଡରେ ୨୨, ୨୦୨୨ ତାରିଖଟି ପ୍ରାୟ ୨୦୦ ବର୍ଷରେ ଥରେ ହିଁ ପଡିଥାଏ ।

ଅନ୍ୟପକ୍ଷେ,ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, “‘୨’ ସଂଖ୍ୟାଟି ଦୁଇ ଜଣ ବ୍ୟକ୍ତି କିମ୍ବା ଦୁଇଜଣ ବ୍ୟକ୍ତିଙ୍କ ଚିନ୍ତାଧାରାର ମିଳନକୁ ସୂଚାଇଥାଏ । ଏହାସହ ଏହି ଦିନଟି ଏକତାକୁ ମଧ୍ୟ ସୂଚାଇଥାଏ ।

ସୂଚନା ଅନୁସାରେ, ଗତ ୨୦୧୧ ମସିହା ଜାନୁଆରୀ ୧୧ ତାରିଖ ତଥା ୧୧/୧/୧୧ରେ ଶେଷଥର ପାଇଁ ଏହିପରି ସମାନ ସ୍ୱତନ୍ତ୍ର ତାରିଖ ପଡିଥିଲା ।

ସେହିପରି ଭାବେ ଆଗାମୀ ୧୧ ବର୍ଷ ପରେ ଅର୍ଥାତ୍‌ ୨ ମାର୍ଚ୍ଚ ୨୦୩୩ରେ ଏହା ପୁନର୍ବାର ଘଟିବ । ସାରା ବିଶ୍ୱରେ ଅନେକ ଲୋକେ ଏହି ଭିନ୍ନ ଦିନଟିକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଯୋଜନାମାନ କରିଥାନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ମାଲେସିଆର ଶହ ଶହ ଦମ୍ପତି ୨୨/୨/୨୨ ଅର୍ଥାତ୍‌ ଆଜି ପରି ସ୍ୱତନ୍ତ୍ର ଦିନରେ ବିବାହ ବନ୍ଧନରେ ବାନ୍ଧିହେବାର ନିଷ୍ପତ୍ତି ନେଇଛନ୍ତି ।