ଅପର୍ଣ୍ଣା ହତ୍ୟା: ରିମାଣ୍ଡରେ ଯିବ ଦୀପକ!

କନେଷ୍ଟବଳ ଶୁଭମିତ୍ରା ହତ୍ୟା ଅଭିଯୋଗରେ ଜେଲ୍‌ରେ ଥିବା ଅଭିଯୁକ୍ତ ଦୀପକ ରାଉତ ନିଜ ପ୍ରଥମ ପତ୍ନୀଙ୍କୁ ବି କରିଥିଲା ହତ୍ୟା । ଇନ୍‌ସୁରାନ୍ସ ଟଙ୍କା ହଡ଼ପ ପାଇଁ ଯୋଜନା ବଦ୍ଧ ଭାବେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରିଥିଲା ଦୀପକ। ଏହି ଅଭିଯୋଗରେ ପ୍ରଡକ୍ସନ୍ ୱାରେଣ୍ଟ ବଳରେ ଆଠଗଡ଼ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେବ କନଷ୍ଟେବଳ ଦୀପକ ରାଉତ । ଆଜି ହାଜର ହେବା ପାଇଁ ଅନୁମତି ଦେଲେ ଭୁବନେଶ୍ବର ଏସ୍‌ଡିଜେଏମ୍‌ କୋର୍ଟ । ୨୦୦୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର୍ ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋର ପୁର ଠାରେ ତାଙ୍କର ଦୁର୍ଘଟଣା ନେଇ ପୋଲିସ ଆଗରେ କହିଥିଲା ଦୀପକ । କିନ୍ତୁ ପରେ ଅପର୍ଣ୍ଣାଙ୍କ ମୃତ୍ୟୁ ହତ୍ୟା ଜନିତ ବୋଲି ଅଭିଯୋଗ କରିଥିଲେ ପରିବାର ଲୋକେ । ଯାହାକୁ ନେଇ ପରେ ତତ୍କାଳୀନ ତଦନ୍ତକାରୀ ଅଧିକାରୀ, ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା ।