ଅବହେଳିତ ଗଣିଆ ବ୍ଲକ ପର୍ଯ୍ୟଟନସ୍ଥଳୀ ଭିଭିଭୂମି ଅଛି, ବିକାଶ ନାହିଁ
ଗଣିଆ। (, ବିଶ୍ୱରଞ୍ଜନ ସେଠି)ଯେଉଁ ରାଜ୍ୟରେ ପର୍ଯ୍ୟଟନକ୍ଷେତ୍ର ଯେତେ ବିକଶିତ ସେ ରାଜ୍ୟର ଆର୍ଥିକ ସ୍ଥିତି ସେତେସୁଦୃଢ଼ । ପର୍ଯ୍ୟଟନର ବିକାଶ ହେଲେ ରାଜ୍ୟତଥା ଦେଶର ବିକାଶ ହେବ। ହେଲେଏବେବି ଅନେକ ପର୍ଯ୍ୟଟନସ୍ଥଳୀ ଅବହେଳିତଅବସ୍ଥାରେ ପଡ଼ିରହିଛି! ନୟାଗଡ଼ ଜିଲାରେଥିବା ପର୍ଯ୍ୟଟନସ୍ଥଳୀ ମଧ୍ୟରେ ଗଣିଆ ବ୍ଲକ ରେ ଅବସ୍ଥିତ ସାତକୋଶିଆସ୍ୟାଣ୍ଡ ରିସୋର୍ଟ,ମଣିଭଦ୍ରା ପାହାଡ଼ ପାଦଦେଶରେ ଅବସ୍ଥିତମା କଳାପାଟ, ଗୁପ୍ତେଶ୍ୱର ଓ ନବଗୁଞ୍ଜର ପଞ୍ଚୂପଲ୍ଲିପ୍ରଗଣା ପଯ୍ୟଟନସ୍ଥଳି ଏବ ପୁରୁଣାପାଣି ପ୍ରାକୃତିକ ଝରଣା ଆଦି ଅନ୍ୟତମ । ଯାହାକି ମନୋରମର ପ୍ରାକୃତିକ ପରିବେଶରେ ଅବସ୍ଥିତ ଏହି ପଯ୍ୟତନ୍ କ୍ଷେତ୍ରରେ ଅନେକ ଭିତ୍ତିଭୂମି ଥାଇ ମଧ୍ୟ ଅବହେଳିତ ଅବସ୍ଥାରେ ପଡ଼ିରହିଛି। ।

ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକରଲିଭିଭୂମିର ବିକାଶ ପାଇଁ ରାଜ୍ୟ ତଥା କେନ୍ଦ୍ରସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ଗଣିଆ ବ୍ଲକ୍ର ଏହି ପର୍ଯ୍ୟଟନସ୍ଥଳୀଗୁଡ଼ିକସରକାରଙ୍କ ଦୃଷ୍ଟି ଆଙ୍ଗୁଆଳରେରହିଯାଇଥିବା ପରି ମନେହେଉଛି।ଏଗୁଡ଼ିକରେ ଆଲୋକୀକରଣ,ପାନୀୟ ଜଳ ଓ ଗମନାଗମନ ପରିମଳ ଭଳି ମୌଳିକ ସୁବିଧା ନାହିଁ। ବିଶେଷକରିଗଣିଆଠାରୁ ବଡ଼ମୂଳ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଯୋଗୁ ସାଧାରଣ ଲୋକଙ୍କଠାରୁ ଆରମ୍ଭକରି ପର୍ଯ୍ୟଟକମାନେ ଅସନ୍ତୋଷବ୍ୟକ୍ତକରିଥାନ୍ତି। ପର୍ଯ୍ୟଟନ ଋତୁଆସିଲେ ରାଜ୍ୟ ତଥା ବାହାରୁ ଅନେକପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଅନ୍ୟପକ୍ଷେ ସାଉଥ ବଡ଼ମୂଳ ମଙ୍ଗାନାସିଠାରେ ଥିବାସାତକୋଶିଆ ସ୍ୟଣ୍ଡ ରିସୋର୍ଟରେ ରହିମହାନଦୀ ସାତକୋଶିଆ ଗଣ୍ଡର ଅପରୂପ ମନୋରମ ସୌନ୍ଦର୍ଯ୍ୟର ଭରପୁର ମଜାଉଠାଇବା ପାଇଁ ବହୁ ବିଦେଶୀ ପର୍ଯ୍ୟଟକଆସିଥାନ୍ତି। ଏହି ପ୍ରାକୃତିକ ପର୍ଯ୍ୟଟନ କେନ୍ଦ୍ରଟି ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀମଧ୍ୟରେ ସ୍ଵତନ୍ତ୍ର ଖ୍ୟାତି ଅର୍ଜନ କରିଛି।

ପ୍ରତିବର୍ଷ ଏହି ପର୍ଯ୍ୟଟନ କେନ୍ଦ୍ରରୁ ଲକ୍ଷ ଲକ୍ଷଟଙ୍କା ସରକାରଙ୍କ ରାଜସ୍ବ ପାଣ୍ଟିକୁ ଯାଇଛି! ଯଦି ଏହାର ଭିତିଭୂମି ସୁଦୃଢ଼ କରାଯିବାସହିତ ପଯ୍ୟଟକ ମାନଂକୁ ଆକୃଷ୍ଟ କଲାଭଳି ଆଖି ଦୃଷୀୟା ପଦକ୍ଷେପ ନିଆଯାଇପାରନ୍ତା ତେବେ ପଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଅଧିକ ରାଜସ୍ବ ଆଦାୟ ହୋଇପାରନ୍ତା ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଛନ୍ତି। । ଅନୁରୂପ ଭାବେ ମହାଭାରତରେ ବର୍ଣ୍ଣିତ ମଣିଭଦ୍ରା ପାହାଡ ପାଦଦେଶରେ ବିରାଜିତ ମା କଳପାଟ, ନବଗୁଙ୍ଗର ଓ ପଞ୍ଚୁପଲ୍ଲୀ ପ୍ରଗଣା , ଗୁପ୍ତେଶ୍ୱର ମହାଦେବଙ୍କ ପୀଠକୁ ରାଜ୍ୟସରକାର ପଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ କରିଛନ୍ତି। । ୧୯୯୩ ରୁ ପ୍ରତିବର୍ଷ ମାର୍ଗଶିର ମାସ ଓଢନୀ ତିଥିରେ ସିଦ୍ଧ୍ ଯୋଗୀବାବା ରାମ ଦାସଙ୍କ ଜୟନ୍ତୀ ଅବସରରେ ଏଠାରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ଏହି ମହାଯଜ୍ଞ ଦେଖିବ ପାଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।ସେହିପରି ବର୍ଷ ସାରା ଏଠାରେ ବଣଭୋଜି କରିବା ସହ ରାଜନୈତିକ ସଭାସମିତି ମଧ୍ୟ ହୋଇଥାଏ । ହେଲେ ଏହି ପଯ୍ୟାଟନ ସ୍ଥଳୀ ପାଇ କୌଣସି ମୌଳିକ ସୁବିଧା ନ ଥିବାରୁ ପଯ୍ୟଟକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଗଣିଆ ବ୍ଲକ ରାଉତପଡ଼ାର ଭୋଲେଶ୍ୱର ମହାଦେବ , ଗଣିଆସ୍ଥିତ ରଘୁନାଥ ଜୀଉ ମନ୍ଦିର, ଡଙ୍କାରିସାହି ମା କଳପାଟଙ୍କ ପିଠ ପଞ୍ଚୂପଲ୍ଲି ପ୍ରଗଣା ଗୁପ୍ତେଶ୍ୱର ପୀଠ ଓ ବଡଶିଲିଙ୍ଗାର ମା ବାଟ ପନ୍ଥେଇ ପିଠ ଗୁଡ଼ିକର ଉର୍ଣ୍ଣତି ଦିଗରେ ରାଜ୍ୟ ସରକର ଯଦିଓ ଦୃଷ୍ଟି ଦିଅନ୍ତେ ତେବେ ଗଣିଆ ବ୍ଲକରେ ଅବହେଳିତ ଭାବରେ ପଡିରହିଥିବା ଏଇ ପୀଠ ଗୁଡ଼ିକର ବିକାଶ ହୋଇପାରନ୍ତା। ।
