ଅଭିଜିତ ମଜୁମଦାର ପୁଣି ଆଇସିୟୁ​‌ରେ ଭର୍ତ୍ତି !

ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ତଥା ସଙ୍ଗୀତକାର ଅଭିଜିତ ମଜୁମଦାର। ଭୁବନେଶ୍ଵର ଏମ୍‌ସର ଆଇସିୟୁରେ ରଖି ତାଙ୍କୁ ଚିକିତ୍ସା କରାଯାଉଛି। ସେ ଏବେ ବି କୋମାରେ ରହିଛନ୍ତି। ଶରୀରର ସ୍ନାୟବିକ ସ୍ଥିତିରେ ସୁଧାର ଆସି ନ ଥିବା ଡାକ୍ତର କହିଛନ୍ତି। ତେବେ ଓଡ଼ିଆ ମନୋରଞ୍ଜନ ଦୁନିଆର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଅଭିଜିତ ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ। ଓଡ଼ିଆ ଆଧୁନିକ ଆଲବମ୍, ଭଜନ, ସମ୍ବଲପୁରୀ ଆଲବମ ଓ ଓଡ଼ିଆ ଧାରାବାହିକ ନିର୍ମାଣ କରିଛନ୍ତି ଅଭିଜିତ ମଜୁମଦାର।