ଅଭିନେତା ବିଦ୍ୟୁତ ଜାମୱାଲଙ୍କୁ ଗିରଫ କଲା ରେଲଓ୍ବେ ପୋଲିସ

ମୁମ୍ବାଇ ନ୍ୟୁଜ୍ ଡଟ୍ କମ୍ ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ର ବାନ୍ଦ୍ରା କାର୍ଯ୍ୟାଳୟରୁ ବିଦ୍ୟୁତ ଜାମୱାଲଙ୍କ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ସେ ପୋଲିସ ଷ୍ଟେସନରେ ବସିଥିବାର ନଜର ଆସିଛନ୍ତି। ଆରପିଏଫ୍ କାର୍ଯ୍ୟାଳୟ ବାନ୍ଦ୍ରା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଅବସ୍ଥିତ।

ସୂଚନାନୁସାରେ, ବିପଦପୂର୍ଣ୍ଣ ଷ୍ଟଣ୍ଟ ପ୍ରଦର୍ଶନ କରିଥିବା ଅଭିଯୋଗରେ ଅଭିନେତାଙ୍କୁ ଅଟକ ରଖାଯାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ଅଭିଯୋଗର କୌଣସି ଅଫିସିଆଲ ନିଶ୍ଚିତତା ନାହିଁ।ସୂଚନାଯୋଗ୍ୟ, ଶୁକ୍ରବାର ଦିନ ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଚଳଚ୍ଚିତ୍ର ’କ୍ରାକ’ର ଟ୍ରେଲର ମୁକ୍ତିଲାଭ କରିଥିଲା, ଯେଉଁଥିରେ ସେ ବିପଜ୍ଜନକ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଥିଲା। ସମ୍ପ୍ରତି ସେ ବଲିଉଡରେ ବିପଜ୍ଜନକ ଷ୍ଟଣ୍ଟ କରିବା ପାଇଁ ଜଣାଶୁଣା ହୋଇଛନ୍ତି।