ଅଭିନେତା ଶ୍ରେୟାସ ତାଲପଡେଙ୍କୁ ଆସିଲା ହୃଦଘାତ

ଅଭିନେତା ଶ୍ରେୟସ ତଲପଡେ ହୃଦଘାତର ଶିକାର।। ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଆନ୍ଧେରିର ବେଲେଭ୍ୟୁ ହସ୍ପିଟାଲରେ ୪୭ବର୍ଷିୟ ଶ୍ରେୟାସଙ୍କୁ ଭର୍ତ୍ତି କରାଯାଇଛି। ହୃଦଘାତ ପରେ ଶ୍ରେୟାସଙ୍କ ଉପରେ ଆଞ୍ଜିଓପ୍ଲାଷ୍ଟି ମଧ୍ୟ କରାଯାଇଥିଲା। ଶ୍ରେୟସ୍ ହସ୍ପିଟାଲରେ ଅଛନ୍ତି ଏବଂ ଆଞ୍ଜିଓପ୍ଲାଷ୍ଟି କରିଛନ୍ତି ବୋଲି ଡାକ୍ତରଖାନା ନିଶ୍ଚିତ କରିଛି।ଫିଲ୍ମର ସୁଟିଂ କରୁଥିବାବେଳେ ହୃଦଘାତ ହୋଇଥିବା ସୂଚନା ମିଳିଛି। ଆକ୍ଟର ଅକ୍ଷୟ କୁମାରଙ୍କ ସହ ‘ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମର ସୁଟିଂ ସମୟରେ ତାଙ୍କୁ ହୃଦଘାତ ହୋଇଥିବା ଜଣାପଡ଼ିଛି।

ସୁଟିଂ ଶେଷ କରିବା ପରେ ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମୁମ୍ବାଇ ବେଲେଭ୍ୟୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଶ୍ରେୟାସ ତାଲପଡେ ଅନେକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ସେ ଦିଲ୍ ଦୋସ୍ତି ଏକ୍ସଟ୍ରା, ଗୋଲମାଲ୍, ହମ୍ ତୁମ୍ ଶବାନା, ପୋଷ୍ଟର ବଏ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ଇକବାଲ ଚଳଚ୍ଚିତ୍ର ପାଇଁ ତାଙ୍କୁ ବହୁତ ପ୍ରଶଂସା କରାଯାଇଥିଲା। ସେ ନାସିରୁଦ୍ଦିନ ଶାହାଙ୍କ ସହ ଏହି ଫିଲ୍ମରେ ଅଭିନୟ କରିଥିଲେ।