ଅଭିନେତ୍ରୀ ଉର୍ବଶୀ ଏବଂ ପୂର୍ବତନ TMC ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ସମନ
ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ତୃଣମୂଳ କଂଗ୍ରେସ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି। ଉର୍ବଶୀ ରାଉତେଲାଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ଇଡିର ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ ପଡିବ। ସେହିପରି ପୂର୍ବତନ ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସେପ୍ଟେମ୍ବର ୧୫ ରେ ହାଜର ହେବାକୁ ପଡିବ। ସୂଚନାମୁତାବକ ୧xବେଟ୍ ସାଧାରଣ ଲୋକଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବା ସହ କୋଟି କୋଟି ଟଙ୍କା ହେରଫେର କରିଥିବା ଜଣାପଡ଼ିଛି। ଏଥିପାଇଁ ଇଡି ଏହାର ଖୋଳତାଡ଼ ଆରମ୍ଭ କରିଛି। ଭାରତରେ ୧xବେଟ୍ ବେଆଇନ ବେଟିଂ କାର୍ଯ୍ୟକଳାପରେ ଲିପ୍ତ ଥିଲା। ମନି ଲଣ୍ଡରିଂ, ଟିକସ ଫାଙ୍କିବା ଓ ଆଲୋଗରଦିମରେ ହେରଫେର କରିବା ଭଳି କାମରେ ୧xବେଟ୍ ସାମିଲ ଥିବା ଇଡି ଜାଣିବାକୁ ପାଇଛି।। ଉଭୟଙ୍କୁ ଭିନ୍ନ ଭିନ୍ନ ଦିନରେ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଟିଏମସି ସାଂସଦ ମିମି ଚକ୍ରବର୍ତ୍ତୀ ବଙ୍ଗଳା ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ। ଏପରି ପରିସ୍ଥିତିରେ, ଉଭୟ ଫିଲ୍ମ ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ କେନ୍ଦ୍ରୀୟ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ପଡିବ। ସବୁଠୁ ବଡ଼ କଥା ହେଲା ବହୁ ବଡ଼ ବଡ଼ ଫିଲ୍ମ ଷ୍ଟାର ଓ କ୍ରିକେଟର, ଏହି ବେଟିଂ ଆପ୍ର ପ୍ରଚାର ପ୍ରସାର କରୁଥିଲେ। ତେଣୁ ଆଗାମୀ ଦିନରେ ଏହି ମାମଲାରେ ଆହୁରି ବଡ଼ ବଡ଼ିଆଙ୍କ ନାମ ଆସିପାରେ ବୋଲି ଚର୍ଚ୍ଚା ହେଉଛି।
ବେଆଇନ ବେଟିଂ ଆପ ୱାନଏକ୍ସବେଟ୍ର ପ୍ରଚାର ପ୍ରସାର କରିଥିଲେ ଧୱନ। ଏଥିପାଇଁ ତାଙ୍କୁ ସମନ କରିଥିଲା ଇଡି। ଧୱନ ଦିଲ୍ଲୀ ସ୍ଥିତ ଇଡି ଅଫିସରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଧୱନଙ୍କ ବୟାନ ରେକର୍ଡ ହୋଇଛି।
