ଅଭିନେତ୍ରୀ ନୁର ମାଲାବିକା ଦାସଙ୍କ ମୃତ୍ୟୁ

ସିନେମା ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଭିନେତ୍ରୀ କାଜୋଲଙ୍କ ସହିତ ୱେବସିରିଜ‌ ‘ଦ ଟ୍ରାଏଲ’ରେ କାମ କରି ସାରିଥିବା ଅଭିନେତ୍ରୀ ତଥା କତର ଏୟାରୱେଜର ପୂର୍ବତନ ଏୟାର ହଷ୍ଟେସ ନୁର ମାଲାବିକା ଦାସଙ୍କର ମୃତଦେହକୁ ପୁଲିସ ତାଙ୍କ ବାସଭବନରୁ ଉଦ୍ଧାର କରିଛି।କୁହାଯାଉଛି କି, ଅଭିନେତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ।ସୂଚନାମୁତାବକ, ପଡ଼ିଶାଲୋକ ଅଭିନେତ୍ରୀ ନୁରୁଙ୍କ ଘରୁ ଦୁର୍ଗନ୍ଧ ବାହାରୁଥିବା ନେଇ ପୁଲିସକୁ ନିକଟରେ ଖବର ଦେଇଥିଲେ। ଏହାପରେ ପୁଲିସ ଜୁନ ୬ ତାରିଖରେ ନୁର ମାଲାବିକାଙ୍କ ଘରେ ପହଞ୍ଚିଥିଲା। ଘର ଭିତରକୁ ଯାଇ ନୁର ମାଲାବିକାଙ୍କ ଅବସ୍ଥା ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

କାରଣ ଶୋଇବା ଘର ଫଙ୍ଖାରେ ନୁରୁଙ୍କ ପଚାଶଢ଼ା ମୃତଦେହ ଝୁଲି ରହିଥିଲା। ଏହାପରେ ନୁରୁଙ୍କ ମୃତଦେହ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ପରିବାରଲୋକଙ୍କୁ ସମ୍ପର୍କ କରିଥିଲା।

ଆଶ୍ଚର୍ଯ୍ୟର କଥା ନୁରଙ୍କ ପରିବାରଲୋକଙ୍କ ସହିତ ପୁଲିସର ଯୋଗାଯୋଗ ହୋଇଥିଲେ ହେଁ ଅଭିନେତ୍ରୀଙ୍କ ପରିବାରର କୌଣସି ସଦସ୍ୟ ଝିଅର ମୃତଦେହ ନେବାକୁ ଆସି ନଥିଲେ। ଶେଷରେ ପୁଲିସ ନୁରଙ୍କ ବ୍ୟବ‌ଚ୍ଛେଦ ପରେ ଏକ ଏନଜିଓ ସାହାଯ୍ୟରେ ଅନ୍ତିମ ସଂସ୍କାର କରି ଦେଇଛି।