ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭାଗନାନୀ ବିବାହ ବନ୍ଧନରେ ବାନ୍ଧି ହେଲେ

ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଯୁଗଳ ରକୁଲ ପ୍ରୀତ ସିଂ ଓ ଜ୍ୟାକି ଭଗବାନୀ ଆଜି ଗୋଆରେ ଦୁଇଟି ଭିନ୍ନ ଭିନ୍ନ ରୀତିନୀତିରେ ବିବାହ କରିଛନ୍ତି। ଏହି ଯୋଡ଼ି ଅନ୍ତରଙ୍ଗ ବନ୍ଧୁ ଓ ପରିବାର ଲୋକଙ୍କ ଉପସ୍ଥିତିରେ ଆଇଟିସି ଗ୍ରାଣ୍ଡ ସାଉଥ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ରୀତିନୀତି ସମାପ୍ତ ହୋଇଛି। ଏହି ବିବାହରେ ଚଳଚ୍ଚିତ୍ର ଜଗତର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ମଧ୍ୟ ଯୋଗ ଦେଇଥିଲେ।ଦୀର୍ଘ ଦିନ ଧରି ଡେଟିଂ କରିବା ପରେ ରକୁଲ ଏବଂ ଜ୍ୟାକି ଆଜି ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି।ବିବାହ ଫଟୋରେ ନବବଧୂ ରକୁଲ ଓ ବର ଜ୍ୟାକି ଭଗନାନୀ ପରସ୍ପର ବାହୁରେ ଥିବା ଦେଖିବାକୁ ମିଳିଛି।

ଏଥିରେ ରକୁଲ ଗୋଲାପୀ ରଙ୍ଗର ଲେହଙ୍ଗା ପିନ୍ଧିଥିବା ବେଳେ ଜ୍ୟାକି ଧୂସର ରଙ୍ଗର ସାଲଓ୍ଵାର ସୁଟ୍ ପିନ୍ଧିଛନ୍ତି। ଉଭୟଙ୍କ ଫଟୋ ସଂପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଶିଳ୍ପା ଶେଟ୍ଟୀ, ଅର୍ଜୁନ କପୁର, ବରୁଣ ଧାୱନ, ଆଦିତ୍ୟ ରୟ କପୁର-ଅନନ୍ୟା ପାଣ୍ଡେ ଏବଂ ଇଶା ଦେଓଲଙ୍କ ସମେତ ଅନେକ ତାରକା ସେମାନଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ୨୦୨୧ରେ ଉଭୟ ଆନୁଷ୍ଠାନିକ ଭାବେ ନିଜର ପ୍ରେମ ସଂପର୍କକୁ ସ୍ଵୀକାର କରିଥିଲେ। ତା ପରଠୁ ଯୋଡ଼ିଙ୍କୁ ଅନେକ ଥର ସର୍ବ ସାଧାରଣ ସ୍ଥାନରେ ଦେଖିବାକୁ ମିଳିଥିଲା। ଗୋଆରେ ବିବାହର ଗୋଟିଏ ଦିନ ପୂର୍ବରୁ ଯୋଡ଼ି ମୁମ୍ବାଇରେ ସିଦ୍ଧିବିନାୟକ ମନ୍ଦିର ଯାଇ ଗଣପତିଙ୍କ ଆଶୀର୍ବାଦ ନେଇଥିଲେ।