ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ

ଅଭିନେତ୍ରୀ ହିନା ଖାନ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ଚିକିତ୍ସା ଜାରି ରହିଛି। ଏବେ ଅଭିନେତ୍ରୀ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସେ ଏନେଇ ସୂଚନା ଦେଇଛନ୍ତି।ହିନା ଆହୁରି ଲେଖିଛନ୍ତି, ମୋର ଚିକିତ୍ସା ଚାଲିଛି ଏବଂ ବର୍ତ୍ତମାନ ମୁଁ ଭଲ ଅଛି। ଏହି ରୋଗକୁ ଦୂର କରିବା ପାଇଁ ଦୃଢ, ସଂକଳ୍ପବଦ୍ଧ ଏବଂ ସଂପୂର୍ଣ୍ଣ ପ୍ରତିବଦ୍ଧ। ଏଥିସହ ପ୍ରସଙ୍ଗକୁ ଗୋପନୀୟତା ବଜାୟ ରଖିବାକୁ ହିନା ତାଙ୍କ ପ୍ରଶଂସକମାନଙ୍କୁ ନିବେଦନ କରିଛନ୍ତି। ଏହା ସହିତ ସେ ଏହି ସଂଗ୍ରାମରେ ପ୍ରଶଂସକଙ୍କଠାରୁ ସମର୍ଥନ ଲୋଡ଼ିଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଛନ୍ତି।ହିନାଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ଦୁଃଖିତ ତଥା ଚିନ୍ତିତ ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିର ହିନା ଖାନ ଏକ ଲୋକପ୍ରିୟ ନା । ଲୋକପ୍ରିୟ ଟେଲିଭିଜନ ସୋ’ ‘ୟେ ରିସ୍ତା କ୍ୟାୟା କେହଲତା ହୈ’ ଅକ୍ଷରା ଭାବରେ ଅଭିନୟ କରିବା ପରେ ଏକ ଘରୋଇ ନାମରେ ପରିଣତ ହୋଇଥିଲେ। ଏହି ଅଭିନେତ୍ରୀ ‘କସୌଟୀ ଜିନ୍ଦେଗୀ କେ ୨’ରେ ମଧ୍ୟ ଏକ ଅଂଶ ଥିଲେ। ଯେଉଁଥିରେ ସେ କୋମୋଲିକା ଭୂମିକାରେ ଅଭିନୟ କରିଥିଲେ। ତେବେ ସେ କିଛି ମାସ ପରେ ସୋ ଛାଡିଥିଲେ।

ଏହି ଅଭିନେତ୍ରୀ ‘ଖତେ୍‌ରୋଁ କେ ଖିଲାଡ଼ି’, ‘ବିଗ୍‌ ବସ୍‌ ୧୧’ ପରି ଟେଲିଭିଜନ୍ ରିଆଲିଟି ସୋ’ରେ ମଧ୍ୟ ଭାଗ ନେଇଛନ୍ତି। ‘ବିଗ୍‌ ବସ୍‌ ୧୧’ ରେ ସେ ରନର୍ସ ଅପ୍‌ ହୋଇଥିଲେ।