ଅଭିନୟ ରୁ ରାଜନୀତି ଅରୁଣ ଗୋଭିଲ ଓ କଙ୍ଗନା ରାଣାୱତ

ଭାଜପା ପକ୍ଷରୁ ରବିବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ୧୧୧ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଏଥର ଟିକେଟ ଦିଆଯାଇଛି। ତାଲିକାରେ କଙ୍ଗନା ରାଣାୱତଙ୍କୁ ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ପ୍ରାର୍ଥୀ ଭାବେ ଦଳ ଟିକେଟ ଦେଇଛି । ଲୋକପ୍ରିୟ ଧାରାବାହିକ ରାମାୟଣରେ ରାମ ଭୂମିକାରେ ଅଭିନୟ କରିଥିବା ଖ୍ୟାତାନାମା ଅଭିନେତା ଅରୁଣ ଗୋଭିଲଙ୍କୁ ଉତ୍ତରପ୍ରଦେଶର ମିରଟରୁ ପ୍ରାର୍ଥୀ କରିଛି ବିଜେପି ।

ସେହିପରି କଂଗ୍ରେସ ଛାଡି ବିଜେପିରେ ସାମିଲ ହେବା ପରେ ଜଣାଶୁଣା ଶିଳ୍ପପତି ନବୀନ ଜିନ୍ଦଲଙ୍କୁ କୁରୁକ୍ଷେତ୍ର ଆସନରୁ ଟିକେଟ ଦିଆଯାଇଛି । ରବି ଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବେଗୁସରାଇରୁ ନିର୍ବାଚନ ଲଢିବେ।ରାଜହେନ୍ଦ୍ରିରୁ ଡି ପୁଣ୍ଡେଶ୍ୱରୀ, ମୁଜାଫରପୁରରୁ ରାଜ ଭୂଷଣ ନିଶାଦ ଏବଂ ପାଟଳିପୁତ୍ରରୁ ରାମ କ୍ରିପାଲ ଯାଦବଙ୍କୁ ଭାଜପା ଟିକେଟ ଦେଇଛି।