ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ ‘ଜଲସା’ ଛାଡିଛନ୍ତି ଐଶ୍ଵର୍ଯ୍ୟା।

ବଲିଉଡ୍‌ର ଷ୍ଟାର କପଲ୍‌ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ। ବର୍ତ୍ତମାନ ସେମାନଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଦୀର୍ଘ ଦିନ ହେଲା ଆଲୋଚନା ଚାଲିଛି। ତାଙ୍କ ସୌନ୍ଦର୍ଯ୍ୟ ସହିତ ସେ ନିଜ ଅଭିନୟ ଜରିଆରେ ଦର୍ଶକଙ୍କୁ ପାଗଳ କରିଦେଇଛନ୍ତି। ତଥାପି ଅଭିଷେକଙ୍କ ସହ ଛାଡ଼ପତ୍ର ହେବାର ଗୁଜବ ପ୍ରଚାର ହେବା ପରଠାରୁ ପ୍ରଶଂସକମାନେ ନିରାଶ ହୋଇଛନ୍ତି। ଲୋକମାନେ ଜାଣିବାକୁ ଚାହାନ୍ତି ଐଶ୍ୱର୍ଯ୍ୟା ଯଦି ଅଲଗା ହୁଅନ୍ତି ତେବେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ? ଐଶ୍ୱର୍ଯ୍ୟା ଏବଂ ଅମିତାଭ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଥିଲା। ଏବେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ ‘ଜଲସା’ ଛାଡିଛନ୍ତି ଐଶ୍ଵର୍ଯ୍ୟା। ଏହି ଖବର ଏବେ ଚର୍ଚ୍ଚା ଜୋର ଧରିଛି।ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ହେବାର ଖବର ମଧ୍ୟ ରହିଛି। ବର୍ତ୍ତମାନ ଏକ ଖବର ଆସିଛି ଯେ ଉଭୟ କେବଳ ଝିଅ ଆରାଧ୍ୟାଙ୍କ କାରଣରୁ ଏକାଠି ରହୁଥିଲେ। ଏହି ଖବରରେ ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ହେଲା ଉଭୟ ନିଜ ସମ୍ପର୍କକୁ ନେଇ ସଂଘର୍ଷ କରିଆସୁଥିଲେ। ବର୍ତ୍ତମାନ ପରିସ୍ଥିତି ଠିକ୍‌ ସ୍ତରରେ ନାହିଁ ବୋଲି କୁହାଯାଉଛି। ଐଶ୍ୱର୍ଯ୍ୟା ଯଦି ଅଲଗା ହୁଅନ୍ତି ତେବେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି କେତେ? ଐଶ୍ୱର୍ଯ୍ୟା-ଅଭିଷେକ ଛାଡ଼ପତ୍ର ହେଲେ ବି ଐଶ୍ୱର୍ଯ୍ୟାଙ୍କର ଅର୍ଥର ଅଭାବ ନାହିଁ। କାରଣ ସେ ଫିଲ୍ମ ଏବଂ ବିଜ୍ଞାପନରୁ ଏତେ ଅଧିକ ରୋଜଗାର କରନ୍ତି, ଯାହା ଅନ୍ୟ ଅଭିନେତ୍ରୀଙ୍କଠାରୁ ବହୁତ ଅଧିକ ଅଟେ।ଐଶ୍ୱର୍ଯ୍ୟା ଦୀର୍ଘବର୍ଷ ଧରି ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ଡ୍ୟାନ୍ସ ସହିତ ଲୋକଙ୍କ ହୃଦୟ ଜିତି ଆସିଛନ୍ତି। ସେ ହିନ୍ଦୀ ଫିଲ୍ମର ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି।

ଏହା ବ୍ୟତୀତ ସେ ତାମିଲ ଫିଲ୍ମରେ ମଧ୍ୟ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି।ତାଙ୍କର ଆନୁମାନିକ ସମ୍ପତ୍ତିର ମୂଲ୍ୟ ୭୭୬ କୋଟି ଟଙ୍କା। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ସେ ଭାରତର ସବୁଠାରୁ ଧନୀ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ଏକ ଫିଲ୍ମ ପାଇଁ ୧୦ରୁ ୧୨ କୋଟି ଟଙ୍କା ଆଦାୟ କରନ୍ତି। ଏକ ପ୍ରଡକ୍ଟର ବିଜ୍ଞାପନ ପାଇଁ ସେ ଦିନକୁ ପ୍ରାୟ ୬-୭ କୋଟି ଟଙ୍କା ଆଦାୟ କରନ୍ତି।ଅଭିଷେକ ବଚ୍ଚନଙ୍କ ସମ୍ପତ୍ତି ୨୮୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। ଯାହା ଅଭିନେତ୍ରୀଙ୍କ ସମ୍ପତ୍ତିଠାରୁ ପ୍ରାୟ ଦୁଇ ଗୁଣ କମ୍‌ ଅଟେ। ରିପୋର୍ଟ ଅନୁଯାୟୀ, ଜୁନିଅର ବଚ୍ଚନ ବାର୍ଷିକ ୨୫ କୋଟି ଟଙ୍କା ରୋଜଗାର କରନ୍ତି।