ଅଯୋଧ୍ୟାରେ ଜମି କିଣିଲେ ଅମିତାଭ

ଜାନୁଆରୀକୁ ସମସ୍ତେ ଉତ୍ସାହ ସହିତ ଅପେକ୍ଷା କରିଛନ୍ତି । ଏହି ଦିନ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। କ୍ରୀଡା, ରାଜନୀତି ଏବଂ ଚଳଚ୍ଚିତ୍ର ଶିଳ୍ପରୁ ବହୁ ବଡ ବ୍ୟକ୍ତିତ୍ୱ ଏଥିରେ ଅଂଶଗ୍ରହଣ କରିବେ। ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଏହି ସମାରୋହର ଅତିଥି ତାଲିକାରେ ସ୍ଥାନ ପାଇଛନ୍ତି। ଏସବୁ ମଧ୍ୟରେ ବିଗ ବି ଅଯୋଧ୍ୟାରେ ଏକ ପ୍ଲଟ କିଣିଛନ୍ତି ବୋଲି କୁହାଯାଉଛି। ସେ ଏହି ପ୍ଲଟକୁ ମୁମ୍ବାଇର ଏକ ଡେଭଲପର୍‌ କମ୍ପାନୀ ‘ଦ ହାଉସ ଅଫ ଅଭିନନ୍ଦନ ଲୋଡା’ ମାଧ୍ୟମରେ କିଣିଛନ୍ତି।ସୂଚନା ଅନୁଯାୟୀ କୁହାଯାଉଛି କି ଏହି ପ୍ଲଟ୍ ର ମୂଲ୍ୟ ପ୍ରାୟ ୧୪.୫ କୋଟି ଟଙ୍କା ହେବ ।

ଏହାର ଆକାର ୧୦ ହଜାର ବର୍ଗଫୁଟ ବୋଲି ସୂତ୍ରରୁ ପ୍ରକାଶ।ଅମିତାଭ ବଚ୍ଚନଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ କିଛି ଦୂରରେ ନୁହେଁ। ବିଗ ବି ହେଉଛନ୍ତି ପ୍ରୟାଗରାଜ ବାସିନ୍ଦା। ପ୍ରୟାଗରାଜରୁ ଅଯୋଧ୍ୟା ପର୍ଯ୍ୟନ୍ତ ଦୂରତା ୫ଘଣ୍ଟାରୁ କମ ଅଟେ। ଠିକାଦାର କମ୍ପାନୀ ଅମିତାଭ ବଚ୍ଚନଙ୍କ ପ୍ଲଟ କ୍ରୟକୁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରିଛି।