ଅଯୋଧ୍ୟା ପହଞ୍ଚିଲେ ଦୀପିକା ଚିଖଲିଆଙ୍କ ସମେତ ସୁନୀଲ ଲାହରୀ

ରାମାନନ୍ଦ ସାଗରଙ୍କ ସୁପରହିଟ୍‌ ସିରିଏଲ ‘ରାମାୟଣ’ର ପ୍ରମୁଖ ଅଭିନେତା/ଅଭିନେତ୍ରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ସୀତା ଭୂମିକାର ଦୀପିକା ଚିଖଲିଆ ଓ ଲକ୍ଷ୍ମଣ ଭୂମିକାରେ ଥିବା ସୁନୀଲ ଲୋହରୀ ଅଯୋଧ୍ୟାରେ ପହଞ୍ଚି ଯାଇଛନ୍ତି। ରାମ ଲାଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବା ପାଇଁ ସମସ୍ତ କଳାକାର ଅଯୋଧ୍ୟାରେ ପହଞ୍ଚି ଥିବା ବେଳେ ସେମାନେ ‘ହାମରା ରାମ ଆଏଙ୍ଗେ’ ଆଲବମର ସୁଟିଂରେ ମଧ୍ୟ ଭାଗ ନେବେ। ଏହି ଗୀତକୁ ସୋନୁ ନିଗମ ଗାଇଛନ୍ତି ବୋଲି ଜଣାପଡିଛି ।

ତେବେ ଗୁପ୍ତାର ଘାଟ, ହନୁମାନଗଡି ଏବଂ ଲତା ଚୌକରେ ଏହାର ସୁଟିଂ କରାଯାଉଛି। ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ କହିଛନ୍ତି, ‘ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ଆସିଛି। ଏଥିପାଇଁ ନିଜକୁ ଭାଗ୍ୟବାନ ମନେ କରୁଛି’।ଅରୁଣ ଗୋଭିଲ କହିଛନ୍ତି, ‘ଅଯୋଧ୍ୟା ରାମ ମନ୍ଦିର ଏକ ରାଷ୍ଟ୍ରୀୟ ସ୍କାରକରେ ପରିଣତ ହେବ। ଆମ ସଂସ୍କୃତି ବିଷୟରେ ସମଗ୍ର ବିଶ୍ୱ ଜାଣିବ’।